କେରଳ, ନଭେମ୍ବର ୨୩ (ଖବର ଓଡ଼ିଶା):
କେରଳରେ ମହିଳା ଓ ଶିଶୁଙ୍କ ଉପରେ ସାଇବର ଆକ୍ରମଣକୁ ରୋକିବା ପାଇଁ ଲାଗୁ ହେବାକୁ ଥିବା ପୋଲିସ ଅଧିନିୟମରୁ ପରିବର୍ତ୍ତନ କରାଯାଇଛି । ସୋମବାର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ଏବାବଦରେ ବିଧାନସଭାରେ ଆଲୋଚନା ହେବ ଏବଂ ସମସ୍ତ ଦଳର ମତାମତ ଜାଣିବା ପରେ ହିଁ ନିଷ୍ପତ୍ତି ନିଆଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେରଳ ପୋଲିସ ଅଧିନିୟମ ସଂଶୋଧନ ଅର୍ଡିନାନ୍ସ ଅନୁମୋଦନ ହେବା ମାତ୍ରେ ବିଭିନ୍ନ ସ୍ଥାନରୁ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗଣତନ୍ତ୍ରର ସୁରକ୍ଷା ପାଇଁ ଥିବା ଏଲଡିଏଫ ଦଳକୁ ସମର୍ଥନ କରୁଥିବା ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହି ନିଷ୍ପତ୍ତି ପାଇଁ ଚିନ୍ତିତ । ଏଭଳି ପରିସ୍ଥିତିରେ ଆଇନ କାର୍ଯ୍ୟକାରୀ କରିବା ଠିକ୍ ହେବନାହିଁ ।