ନୂଆଦିଲ୍ଲୀ: ଜେଲରୁ ବାହାରିବାର ଦିନକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦବିରୁ ସେ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାୟକ ଦଳ ବୈଠକ ବସିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମଧ୍ୟ ଆମ୍ ଆଦମୀ ପାର୍ଟିର କେହି ଜଣେ ହେବେ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଏବଂ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, "ମୁଁ ଲୋକଙ୍କ କୋର୍ଟରେ ନ ଜିତିବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି ନାହିଁ। ମୁଁ ଚାହୁଁଛି ନଭେମ୍ବରରେ ଦିଲ୍ଲୀ ନିର୍ବାଚନ ହେଉ। ଲୋକମାନେ ଭୋଟ୍ ଦେଇ ଜିତିବା ପରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ବସିବି।
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ରବିବାର ରବିଶଙ୍କର ଶୁକ୍ଳା ଲେନ୍ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କର୍ମୀମାନଙ୍କୁ ସମ୍ବୋଧିତ କରୁଛନ୍ତି। ସିଏମ କେଜ୍ରିୱାଲ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି, ଆମ ସମସ୍ତଙ୍କ ଉପରେ ତାଙ୍କର ଅନେକ ଆଶୀର୍ବାଦ ରହିଛି। ତାଙ୍କୁ ଧନ୍ୟବାଦ, ଆମେ ଏତେ ବଡ଼ ଶତ୍ରୁଙ୍କ ସହ ଲଢ଼ିବାରେ ସକ୍ଷମ ହୋଇଛୁ। ଜେଲରେ ମୋତେ ଭାବିବାକୁ, ବହି ପଢ଼ିବାକୁ, ଭଗତ ସିଂହଙ୍କ ଡାଏରୀ ପଢ଼ିବା ପାଇଁ ଅନେକ ଥର ସମୟ ମିଳିଥିଲା। ଆପଣମାନେ ମଧ୍ୟ ନିଶ୍ଚୟ ପଢିବା ଦରକାର।
ଅଧିକ ପଢ଼ନ୍ତୁ: ଭାରତୀୟ ଫାର୍ମା ଓ ମେଡିକାଲ ସହ ପର୍ଯ୍ୟଟନ ପ୍ରଭାବିତ