ବୁଡି ଗଲା ଡଙ୍ଗା: ୪ ପ୍ରବାସୀଙ୍କ ମୃତ୍ୟୁ, ୧୧ ନିଖୋଜ
Khabar Odisha:Boat-sank-4-migrants-killed-11-missing
ନୂଆଦିଲ୍ଲୀ, ଅକ୍ଟୋବର ୧୬(ଖବର ଓଡିଶା):

ଦକ୍ଷିଣ ସ୍ପେନର କାଡିଜ୍ ଅଞ୍ଚଳରେ ଏକ ଡଙ୍ଗା ବୁଡିଯାଇଛି । ଫଳରେ ୪ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ନିଖୋଜ ଅଛନ୍ତି । ସ୍ପେନର ଉଦ୍ଧାର ସେବା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି । 

ତେବେ ବିଭାଗର ମୁଖପାତ୍ର କହିଛନ୍ତି ଯେ, ନିଖୋଜ ପ୍ରବାସୀମାନଙ୍କୁ ଖୋଜା ଚାଲିଛି । ଡଙ୍ଗାରେ ସମୁଦାୟ ୨୮ ପ୍ରବାସୀ ଥିଲେ । ସେଥିମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ୨୧ ଜଣ ନିଖୋଜ ଅଛନ୍ତି । ୨୧ ଜଣ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । 

ସେହିପରି ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ୨୮,୯୮୨ରୁ ଅଧିକ ପ୍ରବାସୀ ସମୁଦ୍ର ଦେଇ ସ୍ପେନରେ ପହଞ୍ଚିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟାରେ ପ୍ରବାସୀ ସଂଖ୍ୟା ୪୧ ପ୍ରତିଶତରୁ ଅଧିକ ଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment