ନୂଆଦିଲ୍ଲୀ: ଅହମ୍ମଦାବାଦରେ ଜୁନ ୧୨ରେ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର ବିମାନକୁ ନେଇ ତଦନ୍ତ ଜାରି ରହିଛି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ(ଏଏଆଇବି)ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଚକିତ କଲା ଭଳି ଖୁଲାସା ହୋଇଛି । ରିପୋର୍ଟ ଅନୁସାରେ ଏୟାର ଇଣ୍ଡିଆର ଏହି ବିମାନର ଥ୍ରୋଟଲ କଣ୍ଟ୍ରୋଲ ମୋଡୁଲ(ଟିସିଏମ) ଗତ ଛଅ ବର୍ଷରେ ଦୁଇ ଥର ବଦଳା ଯାଇଥିଲା । ପ୍ରଥମ ଥର ୨୦୧୯ରେ ଏବଂ ଦ୍ୱିତୀୟ ଥର ୨୦୨୩ରେ ବଦଳା ଯାଇଥିଲା ।
ଟିସିଏମ ଏକ ମହତ୍ୱପୂୂର୍ଣ୍ଣ ଫ୍ଲାଇଟ୍ ସିଷ୍ଟମ, ଯେଉଁଥିରେ ଫୁଏଲ କଣ୍ଟ୍ରୋଲ ସୁଇଚ୍ ରହିଥାଏ । ଏହା ହେଉଛି ସେହି ସୁଇଚ ଯାହା ଏବେ ଦୁର୍ଘଟଣାର ତଦନ୍ତରେ କେନ୍ଦ୍ର ବିନ୍ଦୁ ପାଲଟିଛି । କାରଣ ଜୁନ ୧୨ ଅହମ୍ମଦାବାଦରୁ ଉଡାଣ ଭରିବାର କେଇ ସେକେଣ୍ଡ ପରେ ଏହା ଫୁଏଲ କଣ୍ଟ୍ରୋଲ ସୁଇଚ୍ ଅଚାନକ ବନ୍ଦ ହୋଇ ଯାଇଥିଲା । ଏହା ପରେ ଦୁର୍ଘଟଣା ଘଟିଥିଲା ।
ସୂତ୍ର ଅନୁସାରେ ଟିସିଏମକୁ ବଦଳାଇବାର ନିର୍ଣ୍ଣୟ ବୋଇଙ୍ଗ ଦ୍ୱାରା ୨୦୧୯ରେ ଜାରି ଏକ ନିର୍ଦ୍ଦେଶ ପରେ ନିଆଯାଇଥିଲା । ଏୟାର ଇଣ୍ଡିଆ ଏହି ନିର୍ଦ୍ଦେଶର ପାଳନ କରି ୨୦୧୯ ଓ ୨୦୨୩ରେ ଡ୍ରିମଲାଇନ ବିମାନ ଭିଟି-ଏଏନବିର ଟିସିଏମରେ ବଦଳା ଯାଇଛି ।
ଏଏଆଇବିର ପ୍ରାରମ୍ଭିକ ରିପୋର୍ଟରେ ଏହା ଉଲ୍ଲେଖ ରହିଛି ଯେ, ଟିସିଏମକୁ ଦୁଇ ଥର ବଦଳା ଯାଇଥିଲା । ମାତ୍ର ଏହାର ଫୁଏଲ କଣ୍ଟ୍ରୋଲ ସୁଇଚର କାମ ସହ କୌଣସି ସିଧାସଳଖ ସମ୍ବନ୍ଧ ଜଣା ପଡିନି । ତଦନ୍ତରୁ ଏହା ମଧ୍ୟ ଜଣା ପଡିିଛି ଯେ, ଦୁର୍ଘଟଣା ସମୟରେ ଫୁଏଲ ସୁଇଚ ଅଚାନକ ବନ୍ଦ ହେବା ଏବେ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଏୟାରଲାଇନ ପାଇଲଟ ଆସୋସିଏସନ ଅଫ ଇଣ୍ଡିଆ(ଏଏଲପିଏଆଇ) ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି । ସଂଗଠନ କହିଛି ଯେ, ପ୍ରାରମ୍ଭିକ ତଦନ୍ତରେ ପାଇଲଟଙ୍କ ତ୍ରୁଟି ଥିବା ଜଣା ପଡିଛି । ତଦନ୍ତରେ ନିରପେକ୍ଷତା ନ ଥିବା ଏୟାର ଇଣ୍ଡିଆ କହିଛି ।