କୋଲକାତା: କୋଲକାତା ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ(ଆଇଆଇଏମ)ର କ୍ୟାମ୍ପସରେ ଦୁଷ୍କର୍ମ ମାମଲାର ତଦନ୍ତ ଜାରି ରହିଛି । ପୋଲିସ ସୋମବାର କହିଛି ଯେ, ଅଭିଯୁକ୍ତ ଛାତ୍ର ନିକଟସ୍ଥ ମେଡିକାଲ ଷ୍ଟୋରରୁ ନିଦ ବଟିକା କିଣିଥିବା କଥା ସ୍ୱୀକାର କରିଛି । ସେ ଅପରାଧ ଘଟାଇବା ପୂର୍ବରୁ କୋଲ୍ଡ ଡ୍ରିଙ୍କ୍ସରେ ନିଦ ବଟିକା ମିଶାଇ ପୀଡିତାଙ୍କୁ ପିଇବାକୁ ଦେଇଥିଲା ।
ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଛାତ୍ରର ବୟାନରେ କୌଣସି ତାଳମେଳ ନାହିଁ । କେବଳ କୋଲ୍ଡ ଡ୍ରିଙ୍କ୍ସରେ ନିଦ ବଟିକା ମିଶାଇ ପୀଡିତାଙ୍କୁ ଦେଇଥିବା କଥା ସ୍ୱୀକାର କରିଛି । ସେ ଏହାର ଉତ୍ତର ଦେଇ ପାରିନି ଏହି ଘଟଣା ପଛରେ ତାର ଉଦ୍ଦେଶ୍ୟ କଣ ଥିଲା । ପୋଲିସ ଅନୁଯାୟୀ, ସାକ୍ଷ୍ୟରୁ ଜଣା ପଡିଛ ଯେ, ପୀଡିତା କୋଲ୍ଡ ଡ୍ରିଙ୍କ୍ସ ପିଇବା ପରେ ବୟଜ ହଷ୍ଟେଲରେ ଯୁବକଙ୍କ ରୁମକୁ ଯାଇଥିଲା । ଆଉ ଏଠାରେ ହିଁ ଅପରାଧ ଘଟିଛି । ଘଟଣା ପରେ ଅଭିଯୁକ୍ତ ଜଣକ ନିଜର ଏକ ସାଙ୍ଗକୁ ଫୋନ କରି ପୂରା ଘଟଣା ବିଷୟରେ ଜଣାଇଥିଲା ।
ପୋଲିସ କହିଛି ଯେ, ବାସ୍ତବରେ ଅଭିଯୁକ୍ତ ଜଣକ ମନୋବୈଜ୍ଞାନିକ କି ନୁହେଁ ଭ୍ରମ ରହିଛି । ନିଜର ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ଯୁବକ କୌଣସି କାଗଜପତ୍ର ଦେଖାଇ ପାରିନି ଯଦ୍ୱାରା ଏହା ପ୍ରମାଣିତ ହୋଇ ପାରିବ ଯେ, ସେ ମନୋବିଜ୍ଞାନୀ । ଅଭିଯୁକ୍ତ ଏହା ମଧ୍ୟ ଜଣାଇ ନାହିଁ ଯେ, ସେ କେଉଁ ଶିକ୍ଷାନୁଷ୍ଠାନରେ ପାଠ ପଢିଛି ।
ପୀଡିତାଙ୍କ ବାପାଙ୍କ ଓଲଟା ବୟାନକୁ ନେଇ ପୋଲିସ କହିଛି ଯେ, ଏହା ଜାଣିବାକୁ ଉଦ୍ୟମ କରାଯାଉଛି ଯେ କଣ ପରିବାର ଉପରେ ବୟାନ ବଦଳାଇବା ପାଇଁ ଚାପ ପଡୁଛି । ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ଯେ କଣ ବୟାନ ବଦଳାଇବା ପାଇଁ ପୀଡିତାଙ୍କ ପରିବାରକୁ ଟଙ୍କା ଦିଆଯାଇଛି । ଏହି ଘଟଣାର ତଦନ୍ତ ପାଇଁ ୯ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଗଠନ କରାଯାଇଛି ।