ଆମ ଦେଶରେ ଅଧିକାଂଶ ଲୋକ ଅଫିସ୍ ଯିବା ପାଇଁ ବିଭିନ୍ନ ସାର୍ବଜନୀନ ପରିବହନ ଉପରେ ନିର୍ଭର କରିଥାନ୍ତି । କାର୍ଯ୍ୟଦିବସରେ ଅସମ୍ଭାଳ ଭିଡ ମଧ୍ୟରେ ଯାତ୍ରା କରିବାକୁ ପଡିଥାଏ । ଦେଶର ପ୍ରାୟ ଅଧିକାଂଶ ବାଣିଜ୍ୟିକ ସହରରେ ଏଭଳି ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ । ଏହାରି ଭିତରେ ଏବେ ସାମ୍ନାକୁ ଆସିଛି ଏକ ଭାଇରାଲ୍ ଭିଡିଓ , ଯାହା ସମସ୍ତଙ୍କୁ ବିଚଳିତ କରିଦେବ |
ଭାଇରଲ ହେଉଥିବା ଏହି ଭିଡ଼ିଓଟିରେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ମହିଳା ଯାତ୍ରୀମାନେ ସିଟ୍ ପାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ତେବେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅନେକ ଲୋକଙ୍କୁ ଚକିତ କରିଛି। ଭିଡିଓରେ ଏକ ଚଳନ୍ତା ଲୋକାଲ ଟ୍ରେନକୁ ଦେଖାଯାଇଛି ଯାହା ଏକ ଷ୍ଟେସନରେ ଅଟକି ଯିବାକୁ ଯାଉଛି | ଟ୍ରେନଟି ଚାଲୁଥିବା ସମୟରେ ବିପଦଜନକ ଭାବେ ଗାଡିକୁ ଚଢୁଥିବାର ଭିଡିଓ ଏବେ ଭାଇରାଲ୍ ହେଉଛି। ନିଜ ସୁରକ୍ଷା କିମ୍ବା ଜୀବନକୁ ଏମାନଙ୍କର ଯେପରି ତିଳେ ମାତ୍ର ଖାତିର ନାହିଁ। ଟ୍ରେନକୁ ଚଢିବା ସମୟରେ କିଛି ମହିଳା ସନ୍ତୁଳନ ହରାଇ ପଡି ଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି। ହେଲେ ଗୋଟିଏ ସିଟ୍ ପାଇଁ ଏସବୁକୁ ସେମାନଙ୍କର ଯେପରି ଖାତିର୍ ନଥିବା ମନେ ହେଉଛି। ଭିଡିଓ ଭାଇରାଲ୍ ହେବା ପରେ ସୋଶାଲ୍ ମିଡିଆ ୟୁଜର୍ ଏ ଉପରେ ଟିପ୍ପଣୀ ରଖିଛନ୍ତି। ଭିଡିଓଟି ଅପଲୋଡ୍ ହେବା ପରଠାରୁ ୭୪୫k ରୁ ଅଧିକ ଭ୍ୟୁ ସଂଗ୍ରହ କରିଛି | ତେବେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅନେକ ଲୋକଙ୍କୁ ଚକିତ କରିଛି। ଜଣେ ‘ଏକ୍ସ’ ବ୍ୟବହାରକାରୀ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି, “ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ମୁଁ କେବେ ବି ଏହିପରି ବିପଦଜନକ ଭାବରେ ଟ୍ରେନରେ ଚଢ଼ିବି ନାହିଁ। ” କେବଳ ଗୋଟିଏ ସିଟ୍ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଉଥିବା କହି କେତେକ ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି। ସେହିପରି ଜଣେ ୟୁଜର୍ ମହିଳା ଯାତ୍ରୀଙ୍କୁ 'ମୁମ୍ବାଇର ଜୀବିତ ଆତ୍ମା' ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ : ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ଲୁଟ