ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଦେଶିକ ସଚିବ ବିକ୍ରମ ମିସ୍ରୀ ବୁଧବାର ସଂସଦୀୟ କମିଟିକୁ କହିଛନ୍ତି। ବୈଦେଶିକ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିକୁ ସେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଗରେ ବୈଦେଶିକ ସଚିବ ହାଜର ହୋଇଥିଲେ।
ବୈଠକ ପରେ ଥରୁର ଗଣମାଧ୍ୟମକୁ କହିଛନ୍ତି, ବୈଦେଶିକ ସଚିବ ମଙ୍ଗଳବାର ବାଂଲାଦେଶରୁ ଫେରିଥିଲେ। ସେଠାରୁ ଫେରିଲା ପରେ ସେ ଆମକୁ ସମସ୍ତ ସୂଚନା ଦେଇଥିଲେ। ଏହି ବୈଠକରେ ୨୧-୨୨ ଜଣ ସାଂସଦ ଯୋଗ ଦେଇ ଅନେକ ପ୍ରଶ୍ନ ପଚାରିବା ସହ ବୈଦେଶିକ ସଚିବ ବିସ୍ତୃତ ଉତ୍ତର ଦେଇଥିଲେ।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭାରତରେ ରହୁଥିବା ଅବସ୍ଥା ସମ୍ପର୍କରେ ମଧ୍ୟ ଅନେକ ସାଂସଦ ମିସ୍ରିଙ୍କୁ ପଚାରିଥିଲେ। ତେବେ ଏହି ପ୍ରଶ୍ନର ମିସ୍ରୀଙ୍କ ଉତ୍ତର କ'ଣ ତାହା ବର୍ତ୍ତମାନ ଜଣାପଡ଼ିନାହିଁ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆରଏସଏସ ଚିନ୍ତା ପ୍ରକଟ କରିଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଧିକ ଠୋସ୍ ପଦକ୍ଷେପ ନେବା ଦରକାର ବୋଲି ଆରଏସଏସର ଅଖିଳ ଭାରତୀୟ ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର କହିଛନ୍ତି।
ବାଂଲାଦେଶରେ ଯାହା ଘଟୁଛି ସେଥିରେ ପ୍ରତ୍ୟେକ ହିନ୍ଦୁ କ୍ରୋଧିତ ହେବା ଉଚିତ। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ପାଇଁ 'ସକଳ ହିନ୍ଦୁ ସମାଜ' ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଆମ ମନ୍ଦିରକୁ ପୋଡି ଦିଆଯାଉଛି, ଲୁଟ୍ କରାଯାଉଛି, ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ପ୍ରତ୍ୟେକ ହିନ୍ଦୁ ଯାହା ଘଟୁଛି ସେଥିରେ କ୍ରୋଧିତ ହେବା ଉଚିତ୍। ଏହି ଘଟଣାକୁ ନିନ୍ଦା କରିବା ଏବଂ ବ୍ୟଥିତ ହେବା ଯଥେଷ୍ଟ ନୁହେଁ। କ୍ରୋଧ ଓ ଦୁଃଖରୁ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ।