ଏବେ ଅସ୍ତ୍ରୋପଚାର କରିପାରିବେ ଆୟୁର୍ବେଦ ଡାକ୍ତର
Khabar Odisha:Ayurvedic-doctors-can-now-perform-the-surgery

ନୂଆଦିଲ୍ଲୀ : ଏବେ ଆଇନସମ୍ମତ ଭାବରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ଦୀର୍ଘ ୨୫ ବର୍ଷ ଧରି ପୂର୍ବରୁ ଆୟୁର୍ବେଦ ଡାକ୍ତରମାନେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରୁଥିଲେ ସୁଦ୍ଧା ଏହା ଆଇନ୍ ସମ୍ମତ ନଥିଲା କିନ୍ତୁ ବର୍ତମାନ ଏହାକୁ ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନ୍ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯାହା ଦ୍ୱାରା ବର୍ତମାନ ଠାରୁ ଆୟୁର୍ବେଦ ଡାକ୍ତରମାନେ ଆଇନସମ୍ମତ ଭାବରେ ଅସ୍ତ୍ରୋପଚାର କରିପାରିବେ ।

ଏନେଇ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ପକ୍ଷରୁ ଗତ ନଭେମ୍ବର ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯେଉଁଥିରେ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ରେଗୁଲେସନ୍ ୨୦୧୬ କୁ ସଂଶୋଧନ କରାଯାଇ ଆୟୁର୍ବେଦ ଡାକ୍ତରଙ୍କ ସର୍ଜରୀକୁ ଆଇନସମ୍ମତ ବୋଲି ଉଲ୍ଲେଖ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଅନୁମତି ପାଇବା ପରେ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ଏହା ଘୋଷଣା କରିଛି । ଏବେ ଆୟୁର୍ବେଦ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଅସ୍ତ୍ରୋପଚାର କରିବାର ସ୍ୱତନ୍ତ୍ର ତାଲିମ୍ ଦିଆଯିବ । ଏହାପରେ ସେମାନଙ୍କୁ ଏଲୋପ୍ୟାଥି ଡାକ୍ତରମାନଙ୍କ ଭଳି ସର୍ଜରୀ କରାଯିବାର ଅନୁମତି ମିଳିପାରିବ ।

ସ୍ନାତକତ୍ତୋର ଶିକ୍ଷାରେ ତାଲିମ୍ ମାଧ୍ୟମରେ ଏବେଠାରୁ ଆୟୁର୍ବେଦ ଛାତ୍ରଛାତ୍ରୀ ମାନଙ୍କୁ ଶଲ୍ୟତନ୍ତ୍ର ଠାରୁ ଆରମ୍ଭ କରି ଅନ୍ତନଳୀ ପର୍ଯନ୍ତ ସବୁ ପ୍ରକାର ଅସ୍ତ୍ରୋପଚାରର ତାଲିମ ଦିଆଯିବ । ଯାହା ଫଳରେ ବର୍ତମାନ ଠାରୁ ଆୟୁର୍ବେଦ ଡାକ୍ତରମାନେ ନାସା, ଗଳା , ଚକ୍ଷୁ, କର୍ଣ୍ଣ ଓ ଅସ୍ଥିଶଲ୍ୟରେ ବିଭିନ୍ନ ପ୍ରକାର ସାଧାରଣ ସର୍ଜରୀ କରିପାରିବେ ।

  • Tags:

Subscribe

National International State Sports Entertainment