ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରଠାରୁ ପ୍ରତିଦିନ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନଥିବା ଭିଡ ଲାଗିରହୁଛି । ବର୍ତ୍ତମାନ ମନ୍ଦିରରେ ପବିତ୍ର ରାମନବମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେପଟେ କିନ୍ତୁ ରାମ ମନ୍ଦିରର ପ୍ରସାଦ, ସରଜୁ ନଦୀର ଜଳ ପରି କିଛି ବିଶେଷ ଜିନିଷର ଚାହିଦା ବଢିବାରେ ଲାଗିଛି । ଏପରିସ୍ଥିତିରେ ଯେଉଁମାନେ ଅଯୋଧ୍ୟାକୁ ଯାଇ ରାମଲାଲାଙ୍କ ଦର୍ଶନ କରିପାରୁନାହାଁନ୍ତି ସେମାନେ ଅନଲାଇନରେ ରାମଲାଲାଙ୍କ ପ୍ରସାଦ ଅର୍ଡର କରୁଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ସର୍ବସାଧାରଣରେ ବିକ୍ରୟ ପାଇଁ ଏକ ସୀମିତ ସଂସ୍କରଣର ୫୦ ଗ୍ରାମର ରୂପା ମୁଦ୍ରା ଜାରି କରିଛନ୍ତି ।
ସର୍ବସାଧାରଣରେ ବିକ୍ରୟ ପାଇଁ ଜାରି କରାଯାଇଥିବା ଏହି ମୁଦ୍ରାର ମୂଲ୍ୟ ୫୮୬୦ ଟଙ୍କା ରହିଛି । ୫୦ ଗ୍ରାମ ଓଜନର ଏହି ମୁଦ୍ରା ୯୯୯ ପ୍ରତିଶତ ଶୁଦ୍ଧ ରୂପାରେ ନିର୍ମିତ । ଏହି ମୁଦ୍ରାକୁ SPMCILI ୱେବସାଇଟରୁ ଭକ୍ତମାନେ ଅନଲାଇନରେ କିଣିପାରିବେ । ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଗର୍ଭଗୃହରେ ବିରାଜମାନ ରାମ ଲାଲାଙ୍କ ପ୍ରତିମା ରହିଥିବା ବେଳେ ଅପର ପାର୍ଶ୍ଵରେ ରାମ ମନ୍ଦିରର ଚିତ୍ର ରହିଛି ।
ଅଧିକ ପଢ଼ନ୍ତୁ : କୋଟାର ହଷ୍ଟେଲ୍ରେ ବିସ୍ଫୋରଣ