ଲେହ: ପୂର୍ବ ଲଦାଖରେ ଭାରତୀୟ ସେନାର ଏକ ବିମାନ ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏଥିରେ ଥିବା ବରିଷ୍ଠ ସାମରିକ ଅଧିକାରୀ ଅକ୍ଷତ ଅବସ୍ଥାରେ ବଞ୍ଚି ଯାଇଛନ୍ତି। ଏହି ଦୁର୍ଘଟଣା କାରଣରୁ ଦୁଇ ଜଣ ପାଇଲଟ୍ ଆହତ ହୋଇଥିବା ଜଣାପଡ଼ିଛି। ସେନା ଏପର୍ଯ୍ୟନ୍ତ ଦୁର୍ଘଟଣାର ନିଶ୍ଚିତ କରିନାହିଁ।
ସୂତ୍ର ଅନୁଯାୟୀ ବୁଧବାର ପୂର୍ବ ଲଦାଖର ଶ୍ୟୋକ ନଦୀ ନିକଟରେ ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରଟି ସିଧାସଳଖ ଏକ ପାହାଡ଼ ଉପରେ ଅବତରଣ କରିଥିଲା।
ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଅଧିକାରୀଙ୍କୁ ସୁରକ୍ଷିତ ଭାବରେ ଲେହକୁ ଅଣାଯାଇଥିଲା। ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେନା ନିଜସ୍ୱ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଭାରତ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ