ଉଡ଼ାଣ ଭରି ସାରିବା ପରେ ଜରୁରୀ ଅବତରଣ କରିଥିଲା ଏୟାର ଏସିଆ ବିମାନ । ସୂଚନା ଅନୁସାରେ, ରବିବାର ରାତିରେ ଏୟାର ଏସିଆ ବିମାନ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ବିମାନବନ୍ଦରକୁ ଫେରିଆସିଥିଲା ଏୟାର ଏସିଆ ବିମାନ । ବିମାନ କମ୍ପାନୀ ଏବଂ ଏୟାରପୋର୍ଟ ଅଧିକାରୀମାନଙ୍କର ସୂଚନା ଅନୁସାରେ, କେରଳର କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଏସିଆ ବିମାନ ଉଡ଼ି ଆକାଶ ମାର୍ଗକୁ ଯିବା ସମୟରେ ଆକାଶ ମାର୍ଗରେ ବିମାନରେ ହାଇଡ୍ରୋଲିକ୍ର ସମସ୍ୟା ଦେଖାଦେଇଥିଲା । ଯାହା ପାଇଁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ବିମାନଟି ୧୬୮ ଜଣ ଯାତ୍ରୀଙ୍କ ସହ ଚାଳକ ଦଳର ୬ ଜଣ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା । ଯାତ୍ରୀଙ୍କର ଜୀବନକୁ ଦୃଷ୍ଟିରେ ରଖି ବିମାନକୁ ଜରୁରୀ ଅବତରଣ କରାଗଲା । ଯାତ୍ରୀମାନେ ଏହି ସମସ୍ୟା ବିଷୟରେ ଜାଣିବା ପରେ ଭୟଭୀତ ହୋଇଯାଇଥିଲେ । ବିମାନର ଅଧିକାରୀଙ୍କ କହିବା ଅନୁସାରେ, ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା ଓ ଯାତ୍ରା କରିଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଥିଲା ।
ଆଗକୁ ପଢ଼ନ୍ତୁ : ବଜାରରେ ବିକ୍ରି ହେଉଛି ନକଲି କ୍ୟାନସର ଓ ଲିଭର ଔଷଧ