ନୂଆଦିଲ୍ଲୀ: ଗୁଜରାଟରେ ମ୍ୟୁନିସିପାଲଟି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ଏହିପରି ଦଳ ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଓ ଛତିଶଗଡ଼ ପରେ ଗୁଜରାଟରେ ମଧ୍ୟ ନିଜର ବିଜୟ ବାନା ଉଡ଼ାଇଛି। ଏଠାରେ ୬୬ ମ୍ୟୁନିସିପାଲଟି ଆସନରୁ ଦଳ ଏକାକୀ ୫୭ଟିରେ ବିଜୟୀ ହୋଇ ପ୍ରଚଣ୍ଡ ବିଜୟ ହାସଲ କରି ନିଜର ପୁରୁଣା ଗଡ଼ କବଜା କରିଛି। ଆଉ କଂଗ୍ରେସର ସ୍ଥିତି ଆହୁରି ଶୋଚନୀୟ ରହିଛି।
ଜିଲ୍ଲା ପଞ୍ଚାୟତର ସବୁ ୯ ସିଟ୍ ରେ ବିଜେପି ବିଜୟ ହାସଲ କରିଛି। ଏହା ବାଦ୍ ବିଜେପି ଅହମ୍ମଦାବାଦ, ଭାବନଗର ଓ ସୁରଟ ନଗର ନିଗମର ତିନୋଟି ସିଟ୍ରେ ହୋଇଥିବା ଉପ ନିର୍ବାଚନରେ ଦଳକୁ ବିଜୟ ମିଳିଛି। ବିଜେପି ଜୁନାଗଡ଼ ନଗର ନିଗମ, କଠତାଲ, କପଡ଼ବଞ୍ଜ ଓ ଗାନ୍ଧିନଗର ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜୟ ଲାଭ କରିଛି।
ସୂଚନାଯୋଗ୍ୟ, ନିକଟରେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିଛି ବିଜେପି। ଏହା ପରେ ପରେ ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଓ ଛତିଶଗଡ଼ରେ ଆୟୋଜିତ ସ୍ଥାନୀୟ ନିର୍ବାଚନରେ ଦଳ ବମ୍ପର ବିଜୟ ଲାଭ କରି ନିଜର ସଂଗଠନକୁ ଆହୁରି ସୁଦୃଢ କରିଛି। ଏହି ସବୁ ରାଜ୍ୟରେ ବିଜେପି ସରକାରରେ ରହିଛି।