ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 6,654 ଜଣ ନୂତନ କରୋନା ରୋଗୀ ଚିହ୍ନଟ
Khabar Odisha:A-record-6654-new-corona-disease-cases-have-been-reported-in-the-country-in-the-last-24-hours
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

ମହାମାରୀ କରୋନା ଦେଶରେ ଥମିବାର ନା ନେଉନାହିଁ ଦିନକୁ ଦିନ ସାରା ଦେଶରେ କରୋନା ଜୀବାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହେବାରେ ଭାରତ ରେକର୍ଡ ଭାଙ୍ଗୁଛି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଜୀବାଣୁରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା  3,720 କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମହାମାରୀ କରୋନା ହେତୁ 137 ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେହିଭଳି ଦେଶରେ ରେକର୍ଡ 6,654 ନୂତନ କରୋନା ରୋଗୀ ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1,25,101 କୁ ବୃଦ୍ଧି ପାଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। 

ମନ୍ତ୍ରଣାଳୟ କହିଛି ଯେ ଦେଶରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ 69,597 ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି, 51,783 ସଂକ୍ରମିତ ଲୋକ ବର୍ତ୍ତମାନ ସୁସ୍ଥ ହୋଇଯାଇଥିବା ବେଳେ ଏବଂ ଜଣେ ରୋଗୀ ବିଦେଶ ପଳାଇଛନ୍ତି ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣର ସର୍ବାଧିକ 44,582 ଜଣ ଲୋକେ ଚିତ୍କିସିତ ହେଉଛନ୍ତି, ତାମିଲନାଡୁରେ 14,753 ଜଣ ଲୋକ ଚିତ୍କିସିତ ହେଉଛନ୍ତି, ଗୁଜୁରାଟରେ 13,268, ଦିଲ୍ଲୀରେ 12,319, ରାଜସ୍ଥାନରେ 6,494, ମଧ୍ୟପ୍ରଦେଶରେ 6170 ଏବଂ ଉତ୍ତରପ୍ରଦେଶରେ 5,735 ଜଣ ଲୋକ ବର୍ତ୍ତମାନ ଚିତ୍କିସିତ ହେଉଛନ୍ତି ।

  • Tags:

Subscribe

National International State Sports Entertainment