ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓବାଦୀମାନଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ସୂଚନାଦାତା ସନ୍ଦେହରେ ଦୁଇ ପାରା ଶିକ୍ଷକଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଜଣ ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷା ଦୂତ ଭାବେ କାମ କରୁଥିଲେ । ମୃତ ଶିକ୍ଷକ ହେଲେ ପିଲୁର ଗ୍ରାମର ବିନୋଦ ମାଡ଼େ (୩୨) । ସେ କୋଣ୍ଡାପାଡଗୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସେହିପରି ଅନ୍ୟଜଣେ ହେଲେ ଟେକମେଟା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସୁରେଶ ମେଟା (୨୮) ।
Read More >