ବାନ୍ଦା: ବାଗେଶ୍ୱର ଧାମର ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବାନ୍ଦାରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ହିନ୍ଦୁ ସମାଜକୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି ମୁସଲମାନଙ୍କୁ ଗାଳି ଦେଇ କିମ୍ବା କୌଣସି ଅନ୍ୟ ସମୁଦାୟକୁ ଟାର୍ଗେଟ୍ କରି ଭାରତ ହିନ୍ଦୁ ରାଷ୍ଟ୍ର ହୋଇ ପାରିବ ନାହିଁ । ନିଜ ସମ୍ବୋଧନରେ ଶାସ୍ତ୍ରୀ କହିଛନ୍ତି ପ୍ରଥମେ ହିନ୍ଦୁଙ୍କୁ ନିଜର କୁରୀତିନୀତି ଏବଂ ଆଭ୍ୟନ୍ତରୀଣ ତ୍ରୁଟିକୁ ସୁଧାରିବାର ଆବଶ୍ୟକତା ରହିଛି । ତେବେ ଯାଇ ସମାଜରେ ଶାନ୍ତି, ଏକତା ଓ ସୌହାର୍ଦ୍ଦ୍ୟ ସ୍ଥାପିତ ହୋଇ ପାରିବ ।
ଦିବ୍ୟ ହନୁମନ୍ତ କଥାର ୧୦ମ ଦିନ ପରେ ପୁଣି ଥରେ ଧୀରେନ୍ଦ୍ର ଶାସ୍ତ୍ରୀ ବାନ୍ଦା ପହଞ୍ଚିଛନ୍ତି । ସେ ଖୁରହଣ୍ଡ ଷ୍ଟେସନ ସ୍ଥିତ ସଦର ବିଧାୟକ ପ୍ରକାଶ ଦ୍ୱିବେଦୀଙ୍କ ବାସଭବନରେ ଆୟୋଜିତ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିସା ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ସେ କହିଛନ୍ତି, ହିନ୍ଦୁ ସମାଜ ମୋର ଗୋଟିଏ କଥା ଲେଖି ରଖନ୍ତୁ, ମୁସଲମାନଙ୍କୁ ଗାଳି ଦେଇ ହିନ୍ଦୁ ରାଷ୍ଟ୍ର ନିର୍ମାଣ ହୋଇ ପାରିବ ନାହିଁ । ହିନ୍ଦୁଙ୍କୁ ପ୍ରଥମେ ନିଜର କୁପ୍ରଥା ସୁଧାରିବାକୁ ପଡିବ । ତେବେ ଯାଇ ଭାରତ ହିନ୍ଦୁ ରାଷ୍ଟ୍ର ନିର୍ମାଣ ହୋଇ ପାରିବ । ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଗୋଢି ତୋଳିବାର ଗୋଟିଏ ଉପାୟ ଅଛି, ତାହା ହେଉଛି ଜାତିପ୍ରଥାକୁ ସମାପ୍ତ କରାଯାଉ ଏବଂ ଆମେ ସମସ୍ତେ ହିନ୍ଦୁ ଭାଇ-ଭାଇ ହୋଇ ରହିବା ଦରକାର ।
ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି, ମୁସଲିମ ସଂପ୍ରଦାୟରେ ତିନି ଥର ତଲାକ କହି ଦେଲେ ଛାଡପତ୍ର ହୋଇ ଯାଉଛି । ମାତ୍ର ଆମର ୨୦ରୁ ୨୫ ଥର ହାଜର ହେଲେ ଯାଇ ଛାପପତ୍ର ହୋଇ ପାରୁଛି । ଏହା ବହୁତ ଭଲ । ସବୁଠୁ ବଡ କଥା କାଏଦାରେ ରହିଲେ ଫାଇଦାରେ ରହିବେ । ଯଦି ତୁମେ ଭଗବାନଙ୍କ ଉପରେ ରଖିବ ତେବେ ତୁମର ଭରସା କେବେ ଭାଙ୍ଗିବ ନାହିଁ ।
Also read: କେଦାରନାଥ ଧାମରେ ମୋବାଇଲ୍ ଫୋନ୍-କ୍ୟାମେରା ନିଷେଧ, ନିୟମ ଭାଙ୍ଗିଲେ ଜରିମାନା