ନୂଆଦିଲ୍ଲୀ: ଶ୍ରୀ ମାତା ବୈଷ୍ଣଦେବୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏକ୍ସିଲେନ୍ସ ପକ୍ଷରୁ ଜାରି ପ୍ରଥମ ଆଡମିଶନ ତାଲିକାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ବିଜେପି ବିଧାୟକଙ୍କ ପ୍ରତିନିଧିମଣ୍ଡଳ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଛନ୍ତି । ସେମାନେ ପ୍ରଥମ ଆଡମିଶନ ତାଲିକା ରଦ୍ଦ କରିବାକୁ ଦାବି କରିଛନ୍ତି । ପ୍ରତିନିଧିମଣ୍ଡଳ ଅଭିଯୋଗ କରିଛନ୍ତି ଯେ, ଯେଉଁ ଛାତ୍ରଙ୍କ ପ୍ରଥମ ନାମଲେଖା ତାଲିକାରେ ଅଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଗୋଟିଏ ସମୁଦାୟର । ବୈଷ୍ଣ ମାତାଙ୍କ ଆସ୍ଥା ରଖୁଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖା ଉପରେ ବିଚାର କରାଯାଉ ବୋଲି ଜମ୍ମୁ-କାଶ୍ମୀର ବିଧାନସଭାରେ ବିରୋଧୀ ଦଳ ନେତା ସୁନୀଲ ଶର୍ମା ଦାବି କରିଛନ୍ତି ।
ରାଜଭବନ ପକ୍ଷରୁ ଜାରି ବୟାନ ଅନୁସାରେ, ବୈଠକ ସମୟରେ ଶର୍ମାଙ୍କ ସହିତ ବିଧାୟକ ଶାମ ଲାଲ ଶର୍ମା, ସୁରଜିତ ସିଂ ସଲାଥିଆ, ଦେବେନ୍ଦ୍ର କୁମାର ମନ୍ୟାଲ ଓ ରଣବୀର ପଠାନିଆ ଉପସ୍ଥିତ ଥିଲେ । ବୈଠକ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସୁନୀଲ ଶର୍ମା କହିଛନ୍ତି, ଆମେ ଏସଏମଭିଡିଆଇଏମଆଇରେ ନାମଲେଖା ପ୍ରଥମ ବ୍ୟାଚକୁ ନେଇ ଏକ ଅସାଧାରଣ ତଥ୍ୟ ସାମ୍ନାକୁ ଆସିଛି । ଏଥିରୁ ଅଧିକାଂଶ ସିଟ୍ ଏକ ବିଶେଷ ସମୁଦାୟର ଛାତ୍ରଙ୍କୁ ମିଳିଛି ।
ସୁନୀଲ ଶର୍ମା କହିଛନ୍ତି, ଆମର ବିରୋଧ ଦଲିଲ ଉପରେ ଆଧାରିତ । ଏହି ସଂସ୍ଥା ଶ୍ରଦ୍ଧାଳୁଙ୍କ ଧାର୍ମିକ ଆସ୍ଥା ସହ ଜଡିତ । ଶ୍ରାଇନ ବୋର୍ଡକୁ ମିଳୁଥିବା ଦାନ ଧାର୍ମିକ ଓ ସାଂସ୍କୃତିକ କାମରେ ବିନିଯୋଗ ହୋଇଥାଏ । ଏସଏମଭିଡିଆଇଏମଇକୁ ଚଳିତ ବର୍ଷ ୫୦ ଏମବିବିଏସ ସିଟ୍ ମଞ୍ଜୁରୀ ମିଳିଥିଲା । କିନ୍ତୁ ୫୦ ସିଟରୁ ୪୧ ଛାତ୍ର-ଛାତ୍ରୀ ଗୋଟିଏ ସମୁଦାୟ(ମୁସଲିମ)ର ଅଛନ୍ତି । ଏହାକୁ ନେଇ ହିଁ ବିବାଦ ଦେଖା ଦେଇଛି । କିଛି ଗୋଷ୍ଠୀ ନାମ ଲେଖା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଏହି କଲେଜକୁ ସଂଖ୍ୟାଲଘୁ ସଂସ୍ଥାର ମାନ୍ୟତା ମିଳିବା ଉଚିତ୍ ।
Also read: ପରିବାରର ଚାରି ଜଣଙ୍କୁ ନିର୍ମମ ହତ୍ୟା, ଘରଠାରୁ ୫୦୦ ମିଟର ଦୂରରେ ମିଳିଲା ମୃତଦେହ