ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନ ଅଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି । ଗୁଳି ବନିମୟରେ ୧୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ତେବେ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଖବର ଲେଖା ହେବା ବେଳକୁ ତଲାସି ଅଭିଯାନ ଜାରି ରହିଥିଲା ।
ବୀଜାପୁର ଓ ନାରାୟଣପୁର ଜିଲ୍ଲା ସୀମାରେ ନକ୍ସଲ ଗତିବିଧି ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା । ଏହା ପରେ ଡିଆରଜି ଏବଂ ଏସ୍ଟିଏଫ୍ର ଯବାନମାନେ ମିଳିତ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟ ଲାଲବାହିନୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବନିମୟରେ ୧୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଏଥିରେ ୨ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ହେଲିକପ୍ଟର ଯୋଗେ ଜଗଦଲପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ନେଇ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ ।
ଅଧିକ ପଢ଼ନ୍ତୁ- ଦିଲ୍ଲୀ ନିର୍ବାଚନରେ ‘ଆପ୍’ର ଶୋଚନୀୟ ପରାଜୟ: ଉପରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କଲେ ଆତିଶୀ