ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପୁନର୍ବିକାଶ ପ୍ରକଳ୍ପ ଅନ୍ତର୍ଗତ ନୂଆଦିଲ୍ଲୀର କୃଷି ଭବନ ପରିସରରେ ଥିବା ୧୦୦ ବର୍ଷରୁ ଅଧିକ ପୁରୁଣା କଦିମି ମସଜିଦର ଅସ୍ଥିତ୍ୱ ଉପରେ ସଙ୍କଟର ବାଦଲ ଖେଳି ଯାଇଛି । ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଦିଲ୍ଲୀ ୱକର୍ଫ ବୋର୍ଡର ଯାଚିକା ଖାରଜ ହୋଇଛି । ଏହା ପରେ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ଦ୍ୱାରା ନିକଟରେ ଜାରି ଟେଣ୍ଟର ପରେ ମସଜିଦକୁ ହଟାଯିବାର ଆଶଙ୍କା ବଢି ଯାଇଛି । କିନ୍ୁ କେନ୍ଦ୍ର ସରକାର ପୂର୍ବେ ମସଜିଦକୁ ସୁରକ୍ଷିତ ରଖିବାକୁ ଆଶ୍ୱାସନ ଦେଇଥିଲେ ।
୨୦୨୪ରେ ଦିଲ୍ଲୀ ହାଇକୋର୍ଟ ୱକର୍ଫ ବୋର୍ଡର ଯାଚିକାକୁ ଖାରଜ କରିଥିଲେ । କୋର୍ଟ କହିଥିଲେ ଯେ, ବୋର୍ଡ ତ ପୁଣି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ନିଜର ସଂପତ୍ତି ବିପଦରେ ପଡିବା ଦେଖି ଅଦାଲତର ଦ୍ୱାରସ୍ଥ ହେବ । ଉକ୍ତ ଯାଚିକାରେ କୃଷି ଭବନର ମସଜିଦ ସହିତ ଛଅ ଧାର୍ମିକ ସ୍ଥଳକୁ ସୁରକ୍ଷା ଦେବାକୁ ଦାବି ଉଠିଥିଲା । ଶୁଣାଣି ସମୟରେ ୨୦୨୧ ଡିସେମ୍ବର ୧ରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଅଦାଲତକୁ ଆଶ୍ୱସ୍ତ କରିଥିଲେ ଯେ, ଉକ୍ତ ଧାର୍ମିକ ସ୍ଥଳ ପୂର୍ବବତ ରହିବ । ସରକାର ଏ ପର୍ଯ୍ୟନ୍ତ ସେଠାକୁ ପହଞ୍ଚି ନାହାନ୍ତି ।
ମାତ୍ର ଏବେ ସ୍ଥିତି ବଦଳୁଥିବା ଦେଖିବାକୁ ମିଳିଛି । ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ୨୦୨୬ ଜାନୁଆରୀ ୧୯ରେ ସିପିଡବ୍ଲ୍ୟୁଡି ଦ୍ୱାରା କୃଷି ଭବନ ଓ ଶାସ୍ତ୍ରୀ ଭବନର ପୁନର୍ବିକାଶ ପାଇଁ ଜାରି ଟେଣ୍ଡର ଦସ୍ତାବିଜରେ ମସଜିଦ ହଟାଯିବା ନେଇ ସ୍ପଷ୍ଟ ଭାବେ ଉଲ୍ଲେଖନ ନ ଥିଲା । ଏହା ସତ୍ତ୍ୱେ ମସଜିଦ ହଟାଯିବା ନେଇ ଆଶଙ୍କା ଦେଖା ଦେଇଛି ।
କଦିମି ମସଜିଦ କୃଷି ଭବନ ପ୍ରାଙ୍ଗଣରେ ରହିଛି । ଏହାକୁ ମୁଖ୍ୟତଃ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଦ୍ୱାରା ନମାଜ ଅଦା କରିବା ପାଇଁ ଉପଯୋଗ କରାଯାଏ । କିନ୍ତୁ ଏହା ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷେଣ(ଏଏସଆଇ) ଆଧାରରେ ସଂରକ୍ଷିତ ସ୍ମାରକ ନୁହେଁ । ୧୯୭୦ରେ ଦିଲ୍ଲୀ ପ୍ରଶାସନର ରାଜପତ୍ରରେ ପ୍ରକାଶିତ ୱକର୍ଫ ସଂପତ୍ତି ତାଲିକାରେ ଏହି ମସଜିଦର ନାଁ ରେକର୍ଡ କରାଯାଇଥିଲା ।