ନୂଆଦିଲ୍ଲୀ: ବୟନ ଶିଳ୍ପରେ ଭାରତକୁ ଆମେରିକାଠାରୁ ଆହୁରି ଆଶ୍ୱସ୍ତି ମିଳିବାକୁ ଯାଉଛି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ଅନେକ ଆଶ୍ୱସ୍ଥ ମିଳିଛି । ଆଉ ଗୋଟିଏ ଦିନ ପରେ ପରିବର୍ତ୍ତନର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ।
ଗୁରୁବାର କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ସଙ୍କେତ ଦେଇଛନ୍ତି ଯେ ବାଂଲାଦେଶ ଭଳି ଭାରତୀୟ ଟେକ୍ସଟାଇଲ୍ କ୍ଷେତ୍ରରେ ଅନ୍ତିମ ଚୁକ୍ତି ପରେ ଶୂନ୍ୟ ଟାରିଫ ଲାଗିବାର ଆଶା କରାଯାଉଛି। କେନ୍ଦ୍ର ମନ୍ତ୍ରୀଙ୍କ ବୟାନ ପରେ କପଡ଼ା କମ୍ପାନୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।
କେନ୍ଦ୍ର ମନ୍ତ୍ରୀ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଭାରତର ଆତ୍ମସମର୍ପଣ ବୋଲି କହି କଡ଼ା ସମାଲୋଚନା କରିଥିଲେ । ଯାହାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ସଂସଦରେ ପୁଣି ଏକ ମିଛ କହିଛନ୍ତି । ବାଂଲାଦେଶ ତୁଳନାରେ ଭାରତକୁ ଅଧିକ ଲାଭ ମିଳିଛି । ବାଣିଜ୍ୟ ମନ୍ତ୍ରୀ କଂଗ୍ରେସକୁ କହିଥିଲେ ଯେ ଯେପରି ବାଂଲାଦେଶକୁ ଆମେରିକାରୁ କଞ୍ଚାମାଲ କିଣିବା, ସେଗୁଡ଼ିକୁ ବୟନ ଶିଳ୍ପରେ ପ୍ରକ୍ରିୟାକରଣ କରିବା ଏବଂ ତା’ପରେ ସେଗୁଡ଼ିକୁ ବିନା ଶୁଳ୍କରେ ରପ୍ତାନି କରିବାର ସୁବିଧା ଦିଆଯାଇଛି, ସେହିପରି ଭାରତକୁ ମଧ୍ୟ ସମାନ ସୁବିଧା ମିଳିବ। ସେ କହିଛନ୍ତି ଯେ ଭାରତ ମଧ୍ୟ ସମାନ ସୁବିଧା ପାଇବ।