୮୦ ବର୍ଷ ବୟସରେ ଭେଟେରାନ ଫିଲ୍ମ ଅଭିନେତା ତଥା ଟେଲିଭିଜନ ତାରକା ବିକ୍ରମ ଗୋଖଲେଙ୍କ ପରଲୋକ । ପୁଣେର ଏକ ଘରୋଇ ହସ୍ପିଟାଲରେ ଆରପାରିକୁ ଚାଲିଗଲେ ବିକ୍ରମ ।
ଗତ କିଛିଦିନ ଧରି ଭେଣ୍ଟିଲେଟରରେ ରହି ଦୀନନାଥ ମଙ୍ଗସେଖର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିକ୍ରମ । ବୈକୁଣ୍ଠ କ୍ରିମେଟୋରିୟମରେ ତାଙ୍କର ହେବ ଶେଷକୃତ୍ୟ । ବହୁ ହିନ୍ଦୀ ଓ ମରାଠୀ ଫିଲ୍ମରେ ବିକ୍ରମ ଅଭିନୟ କରିଥିଲେ ।
ଅମିତାଭ ବଚ୍ଚନ ଅଭିନୀତ ଅଗ୍ନିପଥ ଓ ସଞ୍ଜୟ ଲୀଳା ଭନସାଲିଙ୍କ ହିମ ଦିଲ୍ ଦେ ଚୁକେ ସନମରେ ସେ ଅଭିନୟ କରିଥିଲେ ।