ଖବର ଓଡ଼ିଶା: କେରଳ ୱାୟନାଡ୍ ଭୂସ୍ଖଳନ ସାରା ଦେଶକୁ ସ୍ତବ୍ଦ କରିଦେଇଛି । ପ୍ରକୃତିର କରାଳ ରୂପରେ ପ୍ରାଣ ହରାଇଲେଣି ୩୦୦ରୁ ଉର୍ଦ୍ଧ୍ୱ ଲୋକ । ଏବେବି ଅନେକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସାରା ଦେଶ ୱାୟନାଡ ପାଇଁ ପ୍ରାର୍ଥନା କରୁଛି । ଏହି ଉପଲକ୍ଷେ ବାଲୁକାକଳାରେ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ନିଜର ବାଲୁକା କଳା ମାଧ୍ୟମରେ ୱାୟନାଡ ବାସିନ୍ଦାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି । ଭୂସ୍ଖଳନର ଛାତିଥରା ଦୃଶ୍ୟକୁ ବାଲୁକା କଳାରେ ଦର୍ଶାଇବା ସହ ‘ଚଜଇଣ ୠଙଜ ଡଇଣଇଘଇଊ’ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ମୃତକଙ୍କ ଅମର ଆତ୍ମାର ସଦଗତି ପାଇଁ ସେ କାମନା କରିଛନ୍ତି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଅସୁବିଧାର ସମ୍ମୁଖୀନ ହୋଇଥିବା ସମସ୍ତ ଆହତଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ କହିଛନ୍ତି । ଏଭଳି ଦୁଃଖ ସମୟରେ ସମସ୍ତଙ୍କୁ ସାହାଯ୍ୟର ହାତ ବଢାଇବାକୁ ସୁଦର୍ଶନ ନିବେଦନ କରିଥିବା ବେଳେ ଉଦ୍ଧାରକାରୀ ଦଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।