କଟକ: ଚୋରି, ଡକାୟତି ସହିତ ଅନ୍ୟ ଅପରାଧିକ ମାମଲା କଟକରେ ବଢ଼ିବାରେ ଲାଗିଛି। କଟକ ସହରର ମଧୁପାଟଣା ଥାନା ଅଞ୍ଚଳରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଜଣେ ମହିଳା ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କ ଠାରୁ ୩୬ ଲକ୍ଷ ଟଙ୍କା ନଗଦ ଲୁଟିନେଇ ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଛନ୍ତି ପିଙ୍କି ସାହା।
ଅଭିଯୋଗ ଅନୁଯାୟୀ ପିଙ୍କି ସାହା କଟକରେ ଏକ ଗହଣା ଦୋକାନ ପରିଚାଳନା କରୁଛନ୍ତି। ସେ କୋଲକାତା ସୁନା କିଣି ଯିବାକୁ ବାହାରିଥିଲେ। ପାଖରେ ୩୬ ଲକ୍ଷ ଟଙ୍କା ରଖିଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ତାଙ୍କର ଜଣେ କର୍ମଚାରୀଙ୍କ ସହିତ ସେ ଓଏମପି ଛକସ୍ଥିତ କଲିକତା ବସ୍ଷ୍ଟପ୍କୁ ସ୍କୁଟିରେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥ ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ତାଙ୍କୁ ୬ ଜଣ ଲୁଟେରା ହଠାତ୍ ଆକ୍ରମଣ କରିଥିଳେ।
ପିଙ୍କି ପ୍ରତିବାଦ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଲୁହାରଡ଼୍ ରେ ଆକ୍ରମଣ କରି ଥିଲେ। ଏହା ପରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଯାଇଥିଲେ। ପିଙ୍କିଙ୍କୁ ପୋଲିସ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଛି। ପରିବାର ଲୋକଙ୍କର ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ: ଆସାମରେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବିହାରର ଯୁବକ ଗିରଫ