ତ୍ରିରଙ୍ଗାକୁ ଅସମ୍ମାନ କରି ପ୍ରଧାନଶିକ୍ଷକ ନିଲମ୍ବିତ
Khabar Odisha:state-odisha-saradiha-primary-school-head-master-suspended-beacuse-of-disrespect-triranga
ସୋର, ଅଗଷ୍ଟ ୧୮ (ଖବର ଓଡିଶା) :

ଜାତୀୟ ପତାକାଙ୍କୁ ଅସମ୍ମାନ କରି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନଲମ୍ବିତ ହୋଇଛନ୍ତି । ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । 

ଅଗଷ୍ଟ ୧୫ଦିନ ସ୍ୱାଧୀନତା ଦିବସ ଅବସରରେ ପ୍ରତି ଶିକ୍ଷାନୁଷ୍ଠାନ ଭଳି ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । କିନ୍ତୁ ସେଠାରେ ଭାରତୀୟ ଧ୍ୱଜା ସଂହିତା ନିୟମର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ନିୟମ ଅନୁସାରେ, ସୂର୍ଯ୍ୟାସ୍ତ ପରେ ପତାକା ଅବକରଣ କରିବା ଆବଶ୍ୟକ । ଏଭଳି ନକଲେ ରାଷ୍ଟ୍ରୀୟ ପତାକା ପ୍ରତି ଏହା ଅପମାନ ବୋଲି ନିୟମ ରହିଛି । ତେବେ ସରାଡିହା ପ୍ରାଥମିକ ବିଦ୍ୟାଳୟର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବାଲିଆପାଳ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । 

Subscribe

National International State Sports Entertainment