କଂଗ୍ରେସ ନେତାଙ୍କୁ ଭେଟିବା ପରେ ବ୍ରିଟେନ ନେତା କାଶ୍ମୀର ଉପରେ ଦେଲେ ବିବାଦୀୟ ବୟାନ, ଉଠିଲା ପ୍ରଶ୍ନ
Khabar Odisha:politics-odisha-bjp-asks-congress-to-clerify-about-its-leaders-meeting-with-british-leader-jeremy-corbyn
ନୂଆଦିଲ୍ଲୀ,ଅକ୍ଟୋବର୧୦(ଖବର ଓଡ଼ିଶା):

 ରାଫେଲ ଲଢୁଆ ବିମାନର ପୂଜାର୍ଚ୍ଚନା ଉପରେ ପ୍ରଶ୍ନ ଉଠାଇ ବିବାଦ ଘେରରେ ଥିବା କଂଗ୍ରେସ ଏବେ ଆଉ ଏକ ନୂତନ ସମସ୍ୟାରେ ପଡ଼ି ଯାଇଛି। ବ୍ରିଟେନର ଲେବର ପାର୍ଟିର ନେତା ଜେରେମି କାର୍ବିନ କଂଗ୍ରେସର ଜଣେ ପ୍ରତିନିଧିମଣ୍ଡଳଙ୍କୁ ଭେଟିବା ପରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। କାର୍ବିନ କହିଛନ୍ତି ଯେ, ଉପତ୍ୟକାରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରିବା ଉଚିତ୍ ଏବଂ ହିଂସା ସମାପ୍ତ ହେବା ଉଚିତ୍। ବିଜେପି ପୂରା ଏହି ମାମଲାରେ କଂଗ୍ରେସ ଉପରେ ହମଲା କରିଛି। ପାର୍ଟି କହିଛି ଯେ, ତାଙ୍କ ନେତା ବିଦେଶୀ ନେତାଙ୍କୁ ଆଲାଚନା ସମୟରେ କଣ କହିଛି ଏହା ଉପରେ କଂଗ୍ରେସକୁ ଉତ୍ତର ଦେବା ଉଚିତ୍। ଅନ୍ୟପକ୍ଷେ ଏହି ମାମଲାରେ ସଫେଇ ଦେଇ କଂଗ୍ରେସ ନେତା ଆନନ୍ଦ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, କାଶ୍ମୀର ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏହା ପରେ ବି କଂଗ୍ରେସ ନେତାଙ୍କ ଏହି ପ୍ରସଙ୍ଗରେ ବିଦେଶୀ ନେତାଙ୍କ ସହିତ ଆଲୋଚନା କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ବ୍ରିଟେନର ଲେବର ପାର୍ଟିର ନେତା ଜେରେମୀ କାର୍ବିନ କହିଛନ୍ତି ଯେ, ଭାରତର କଂଗ୍ରେସ ପାର୍ଟିର ବ୍ରିଟିଶ ପ୍ରତିନିଧିଙ୍କ ସହିତ ବହୁତ ଭଲ ବୈଠକ ହୋଇଛି। ଏହି ବୈଠକରେ ଆମେ କାଶ୍ମୀରରେ ମାନବାଧିକାର ସ୍ଥିତି ଉପରେ ଆଲୋଚନା କରିଛୁ। ଉତ୍ତେଜନାକୁ ତୁରନ୍ତ ସମାପ୍ତ କରିବା ଉଚିତ୍ ଏବଂ କ୍ଷେତ୍ରରେ ଦୀର୍ଘ ସମୟ ଧରି ଚାଲି ଆସିଥିବା  ହିଂସା ଓ ଭୟର ମାହୋଲ ଶେଷ ହେବା ଉଚିତ୍। 

ଏହା ଉପରେ ବିଜେପି କଂଗ୍ରେସଠୁ ଜବାବ ଲୋଡିଛି। ବିଜେପି କହିଛି ଯେ ଦେଶର ଜନତା କଂଗ୍ରେସ ପାର୍ଟିଠୁ ଜାଣିବାକୁ ଚାହୁଁଛି ଯେ, ବ୍ରିଟିଶ ପ୍ରତିନିଧିମଣ୍ଡଳ ସହ ଦଳ କଣ ଆଲୋଚନା କରିଛି। କଂଗ୍ରେସ ପାର୍ଟିର ନେତା ଆନନ୍ଦ ଶର୍ମା ଏହି ମାମଲାରେ ସଫେଇ ଦେଇ କହିଛନ୍ତି ଯେ, ଅଗଷ୍ଟ ୬ରେ ଆମେ ଏକ ପ୍ରସ୍ତାବରେ ସ୍ପଷ୍ଟ କରି ସାରିଛୁ ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। 

ଉଲ୍ଲେଖୋଗ୍ୟ, ଏହି ବୈଠକରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ଅଧ୍ୟକ୍ଷ କମଲ ଧାଲୀଓ୍ଵାଲ, ମହାସଚିବ ଗୁରମିନ୍ଦର ରନ୍ଧଓ୍ଵା ମଧ୍ୟ ଉପସ୍ଥିତ ଥିଲେ। ଧାଲିଓ୍ଵାଲ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ  ରାହୁଲ ଗାନ୍ଧୀଙ୍କ ନିକଟତର ବ୍ୟକ୍ତି। ରାହୁଲ ଯେବେ ବି ବ୍ରିଟେନ ଯାଆନ୍ତି ସେ ଧାଲିଓ୍ଵାଲଙ୍କୁ ନିଶ୍ଚୟ ଭେଟନ୍ତି।

Subscribe

National International State Sports Entertainment