ମାର୍ଚ୍ଚ 3ରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ, ପରିବାର ଲୋକଙ୍କୁ ଶେଷ ଥର ପାଇଁ ଭେଟିବା ନେଇ ଚିଠି ଲେଖିଲା ଜେଲ କର୍ତ୍ତୃପକ୍ଷ
Khabar Odisha:nirbhaya-case-tihar-jail-administration-convicts-hanging-meet-their-relatives
ନୂଆଦିଲ୍ଲୀ, ଫେବୃଆରୀ ୨୨ (ଖବର ଓଡ଼ିଶା):

ଆସନ୍ତା ମାର୍ଚ୍ଚ 3 ତାରିଖ ସକାଳ 6ଟାରେ ଫାଶୀରେ ଝୁଲିବେ ନିର୍ଭୟା ମାମଲାର ସମସ୍ତ ଚାରି ଅଭିଯୁକ୍ତ । ଫାଶୀ ପାଇବା ନେଇ ତାରିଖ ନିର୍ଦ୍ଧାରିତ ହୋଇ ସାରିବା ପରେ ପରିବାର ଲୋକଙ୍କୁ ଶେଷ ଥର ଭେଟିବା ପାଇଁ ନିର୍ଭୟା ଦୋଷୀ ମାନଙ୍କୁ ଚିଠି ଲେଖିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଚିଠି ରେ ତିହାର ଜେଲ କର୍ତ୍ତୃପକ୍ଷ ଲେଖିଛନ୍ତି ନିଜ ପରିବା ସହ ଶେଷ ଦେଖା ପାଇଁ କେବେ ଚାହୁଁଛ ତାହା ଜେଲ କର୍ତ୍ତୃପକ୍ଷଙ୍କୁ ସୂଚିତ କରନ୍ତୁ ।

ତେବେ ଚିଠିରେ ଲେଖା ଯାଇଛି ପୂର୍ବରୁ ପବନ ଓ ମୁକେଶ ନିଜ ପରିବାର ଲୋକଙ୍କ ସହ ଅନ୍ତିମ ସାକ୍ଷାତ କରିସାରିଛନ୍ତି କେବଳ ଅକ୍ଷୟ ଓ ବିନୟ ହିଁ ନିଜ ପରିବାର ଲୋକଙ୍କ ସହ ଅନ୍ତିମ ସାକ୍ଷାତ କରିପାରିବେ । ଯଦି କୋର୍ଟ ଦ୍ୱାରା ନିର୍ଦ୍ଧାରିତ ଆସନ୍ତା 3 ମାର୍ଚ୍ଚକୁ ଫାଶୀ ଦିଆଯିବ ତେବେ ଏହା ସମସ୍ତ ଅଭିଯୁକ୍ତ ମାନଙ୍କ ପାଇଁ ଶେଷ ସାକ୍ଷାତ ହେବ । 

ସୂଚନାଯୋଗ୍ୟ 3 ମାର୍ଚ୍ଚକୁ ଫାଶୀ ଦିଆଯିବା ନେଇ 17 ତାରିଖ ଦିନ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ପୂର୍ବରୁ ମଧ୍ୟ ଦୁଇ ଥର ଫାଶୀ ପାଇଁ ତାରିଖ ଘୋଷଣା ହୋଇଥିଲେ ଆଇନର ଗଳାବାଟକୁ ସାହାରା କରି ବାରମ୍ୱାର ବର୍ତ୍ତିଯାଉଥିଲେ ନିର୍ଭୟା ଦୋଷୀ ତେବେ ବର୍ତ୍ତମାନ ମଧ୍ୟ ଫାଶୀ ଟାଳି ଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ନେଇ ଜଣାପଡିଛି ।  

  • Tags:

Subscribe

National International State Sports Entertainment