ବୈଜ୍ଞାନିକଙ୍କ କମାଲ : ପରିଶ୍ରମ କେବେ ବୃଥା ଯାଏନି, ୨୩ ବର୍ଷର ଚେଷ୍ଟା ପରେ ‘ଲାଲ’ ହେଲା ଭେଣ୍ଡି
Khabar Odisha:national-odisha-varanasi-scientist-of-indian-institute-of-vegetable-research-have-develop-red-lady-finger-in-varanasi-nodta
ବାରଣାସୀ, ସେପ୍ଟେମ୍ବର ୨୩ (ଖବର ଓଡିଶା) :

ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିଵ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ଭାରତୀୟ କୃଷି ବୈଜ୍ଞାନିକମାନେ। ସେମାନଙ୍କୁ ଏକ ବଡ ଧରଣର ସଫଳତା ମିଳିଛି। ପ୍ରାୟ ୨୩ ବର୍ଷର କଠିନ ପରିଶ୍ରମ ପରେ ଭେଣ୍ଡିର ଏକ ନୂତନ ପ୍ରଜାତି ବିକଶିତ କରାଯାଇଛି। ଭାରତୀୟ ପନିପରିବା ଅନୁସନ୍ଧାନ ସଂସ୍ଥାର ବୈଜ୍ଞାନିକଙ୍କ ଦ୍ଵାରା ଏହା ସମ୍ଭବ ହୋଇ ପାରିଛି। ତେବେ ଏହି ନୂତନ ପ୍ରଜାତିର ଭେଣ୍ଡି ଦେଖିବାକୁ ଲାଲ୍ ରଙ୍ଗ ହୋଇଥିବା କାରଣରୁ ଏହାର ନାମ ‘କାଶୀ ଲାଲିମା’ ରଖାଯାଇଛି।   

ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ଭାରତୀୟ ପନିପରିବା ସଂସ୍ଥାର ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଭେଣ୍ଡିରେ ଆଣ୍ଟି ଅକ୍ସିଡାଣ୍ଟ, ଆଇରନ ଏବଂ କ୍ୟାଲସିୟମ ସହିତ ବହୁ ପୋଷକ ତତ୍ତ୍ଵ ରହିଛି। ସାଧାରଣ ଭେଣ୍ଡି ତୁଳନାରେ ଏହି ‘କାଶୀ ଲାଲିମା’ ଭେଣ୍ଡିର ଦାମ୍ ଖୁବ୍ ଅଧିକ। ଏହି ଭେଣ୍ଡିର ଅଲଗା ଅଲଗା କିସମର ଦାମ୍ ୧୦୦ରୁ ୫୦୦ ଟଙ୍କା ଯାଏଁ ବିକ୍ରୀ ହୁଏ। 

ଏବେ ଉତ୍ପାଦନ କରିବେ ଭାରତୀୟ କୃଷକ

ଭାରତରେ ପ୍ରାୟତଃ ସବୁଜ ଭେଣ୍ଡି ମିଳେ। ଲାଲ ରଙ୍ଗର ଭେଣ୍ଡି ପଶ୍ଚିମ ଦେଶଗୁଡିକରେ ମିଳେ। ଉପଯୋଗ ପାଇଁ ଭାରତ ସେଠାରୁ ଆମଦାନୀ କରେ କିନ୍ତୁ ଏବେ ଏହି କିସମ ବିକଶିତ ହେବା ପରେ ଭାରତୀୟ କୃଷକମାନେ ଏହାକୁ ଉତ୍ପାଦନ କରିବେ। 

୧୯୯୫-୯୬ରେ ଆରମ୍ଭ ହୋଇଥିଲା ଚେଷ୍ଟା

ସଂସ୍ଥା ମୁତାବକ, ୧୯୯୫-୯୬ରେ ‘କାଶୀ ଲାଲିମା’ ଭେଣ୍ଡି ଉତ୍ପାଦନ କରିବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା। କିନ୍ତୁ ୨୩ ବର୍ଷ ପରେ ସଫଳତା ମିଳିଲା। ଡିସେମ୍ବର ସୁଧା ସାଧାରଣ ଲୋକଙ୍କ ପାଖରେ ଏହି ଭେଣ୍ଡିର ମଞ୍ଜି ଉପଲବ୍ଧ ହେବ। ଏହାଦ୍ଵାରା କୃଷକଙ୍କୁ ଲାଭ ମିଳିବ। ଏହା ସହ ସାଧାରଣ ଲୋକେ ଏଥିରୁ ଭରପୁର ପୋଷକତତ୍ତ୍ଵ ପାଇ ପାରିବେ।

Subscribe

National International State Sports Entertainment