ସୋସିଆଲ ମିଡିଆରେ ପାକିସ୍ତାନର ମୁଖା ଖୋଲୁଛନ୍ତି ଜାମ୍ମୁ କାଶ୍ମୀରର ଏହି ଦୁଇ ଅଫିସର
Khabar Odisha:national-odisha-jammu-and-kashmir-two-kashmiri-officers-are-exposing-pakistani-propaganda-on-social-media
ଶ୍ରୀନଗର, ଅଗଷ୍ଟ ୧୮ (ଖବର ଓଡିଶା) :

 ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଦୁନିଆକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି । ସୋସିଆଲ ମିଡିଆ ସାହାଯ୍ୟରେ ମିଥ୍ୟା ଖବର ପ୍ରଚାରର ସାହାରା ନେଉଛି । ଏବେ ପାକିସ୍ତାନ ତମାମ ମିଥ୍ୟା ଭିଡିଓ ଜରିଆରେ ଦୁନିଆକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତ ପ୍ରତି ଥର ପାକିସ୍ତାନର ମିଥ୍ୟାକୁ ପର୍ଦ୍ଦାଫାସ୍ କରି କଡା ଜବାବ ଦେଇଛି । ପାକିସ୍ତାନର ଏଭଳି ନାକାମୀ କାର୍ଯ୍ୟକଳାପକୁ ଜବାବ ଦେବା ପାଇଁ ଏବେ ଜାମ୍ମୁ କାଶ୍ମୀରର ୨ଜଣ ଅଫିସର ଆଗକୁ ଆସିଛନ୍ତି । 

ଜାମ୍ମୁ କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରୁଥିବା ଶ୍ରୀନଗରର ଆଇପିଏସ୍ ଅଧିକାରୀ ଇମତିୟାଜ ହୁସୈନ ଉପଯୁକ୍ତ ପ୍ରମାଣ ଏବଂ ବିତର୍କ ସହ ସୋସିଆଲ ମିଡିଆରେ ପାକିସ୍ତାନୀ ଦୁଷ୍ପ୍ରଚାରର ଅବସ୍ଥା ଖରାପ କରୁଛନ୍ତି । ଟ୍ୱିଟରରେ ସକ୍ରିୟ ଥିବା ଇମତିଆଜ ହୁସୈନ ପାକିସ୍ତାନୀ ଟ୍ରୋଲକୁ ଆକ୍ରମଣ କରୁଛନ୍ତି । ରବିବାର ଏସଏସପି ଇମତିଆଜ ଜଣେ ପାକିସ୍ତାନୀ ଡାକୁ କାଶ୍ମୀରରେ ଭାରତ ବିରୋଧରେ ଯୁଦ୍ଧ ଘୋଷଣାକୁ ମଧ୍ୟ କଡା ଜବାବ ଦେଇଛନ୍ତି । 

ଏସଏସପି ଇମତିୟାଜ ହୁସୈନ ଲେଖିଛନ୍ତି କି, ପାକିସ୍ତାନ ସିଙ୍ଗର ଜଣେ ଡାକୁ କାଶ୍ମୀରରେ ଯୁଦ୍ଧ କରିବାକୁ ଚାହୁଁଛି । ଏପର୍ଯ୍ୟନ୍ତ ଯେଉଁମାନେ କାଶ୍ମୀରରେ ଯୁଦ୍ଧ କରିବାକୁ ଆସିଥିଲେ, ସେମାନେ ସବଳ ନଥିଲେ । ପାକିସ୍ତାନ ସର୍ବଦା ଏଭଳି ଡାକୁମାନଙ୍କ ସାହାଯ୍ୟରେ ନିଜର ଉଦ୍ଦେଶ୍ୟ ସାଧନ କରିବାକୁ ଚେଷ୍ଟା କରୁଛି । ପାକିସ୍ତାନର କାର୍ଯ୍ୟକଳାପ ମଧ୍ୟ ଏକ ଡାକୁ ଭଳି । 

ଇମତିୟାଜ ଭାରତର ସ୍ୱତନ୍ତ୍ରତା ଦିବସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ସେଟାକାର ସରକାରଙ୍କ କଳା ଦିବସ ପାଳନ କରିବାକୁ ନେଇ ମଧ୍ୟ ଟାର୍ଗେଟ କରିଥିଲେ । ସେ ଲେଖିଥିଲେ କି, ସବୁ ପ୍ରକାରର ଆକ୍ରମକତା, ଆତଙ୍କବାଦୀ କାର୍ଯ୍ୟକଳାପ କରି ପାକିସ୍ତାନ କାଶ୍ମୀରକୁ ଛଡେଇ ନେଇ ପାରିବ ନାହିଁ । ଏବେ ପାକିସ୍ତାନକୁ ଟ୍ୱିଟରେ ଚେଷ୍ଟା କରିବାକୁ ଦିଆଯାଉ । 

ସେହି ଭଳି ଅନ୍ୟ ଜଣେ ଅଫିସର ଶାହିଦ ଚୌଧୁରୀ ମଧ୍ୟ ସୋସିଆଲ ମିଡିଆରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । ପାକିସ୍ତାନ ତରଫରୁ ମିଥ୍ୟା ଖବର ପ୍ରସାରଣକୁ ନେଇ ଶାହିଦ ଚୌଧୁରୀ ଜାମ୍ମୁ କାଶ୍ମୀରର ଚିତ୍ର ସ୍ପଷ୍ଟ କରିଛନ୍ତି । ସେ ଲଗାତର ଟ୍ୱିଟ୍ କରି ଶ୍ରୀନଗର ବିଷୟରେ ସୂଚନା ଦେଉଛନ୍ତି । ସେ ମୁସ୍କିଲରେ ପଡିଥିବା ଲୋକମାନଙ୍କୁ ମଧ୍ୟ ସ୍ୱତଃସ୍ପୃତ ଭାବରେ ସାହାଯ୍ୟ କରୁଛନ୍ତି । 

Subscribe

National International State Sports Entertainment