ବ୍ରହ୍ମପୁର, ଜାନୁଆରୀ 24 (ଖବର ଓଡିଶା) :
ରାଜ୍ୟରେ ବଢିଚାଲିଛି ନକଲି ସାମଗ୍ରୀ କାରବାର । କଟକଠୁ , ରାଜଧାନୀ ପରେ ବ୍ରହ୍ମପୁର ସହରରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଛି । ପୁଣି ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ ହୋଇଛି ।
ବ୍ରହ୍ମପୁର ବଡ଼ବଜାର ପୋଲିସ ଏକ ବେଆଇନ ଓ ଅପମିଶ୍ରିତ ନକଲି ସସ୍ କାରବାର ଚାଲିଥିବା ଖବର ପାଇଥିଲା । ତେବେ ଆଜି ବଡ଼ ବଜାର ଗଣେଶ ନଗର ପ୍ରଥମ ଲାଇନରେ ଥିବା ଏହି ନକଲି ସସ୍ କାରଖାନା ଉପରେ ପୋଲିସ ଚଢାଉ କରିଛି । ସେଠାରୁ ବିଭିନ୍ନ ବ୍ରାଣ୍ଡର ସସ୍ ଷ୍ଟିକର୍ ସହ ବିପୁଳ ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି । ନକଲି ଟୋମାଟୋ ସସ୍, ଚିଲି ସସ୍, ଏବଂ ସୋୟା ସସ୍ ଜବତ ହୋଇଛି । ପ୍ରାୟ 120 କାର୍ଟୁନ ସସ୍ ଜବତ କରିଛି ପୋଲିସ ।
ଦୁଇ ଦିନ ତଳେ ବ୍ରହ୍ମପୁର ପୋଲିସ ପକ୍ଷରୁ ନକଲି ମସଲା ସହ ତିନୋଟି କାରଖାନା ରୁ ସହ ସହ ବସ୍ତା ନକଲି ମସଲା ଜବତ ହୋଇଥିଲା । ଗତକାଲି ନକଲି ଚା ପତି ଓ ବିଭିନ୍ନ ବ୍ରାଣ୍ଡର ନକଲି ଗୁଠୁଖା ଜବତ ହୋଇଥିଲା