ଋାୟପୁର,୮ଏପ୍ରିଲ(ଖବର ଓଡିଶା); ଏପ୍ରିଲ୍ ୩ ରେ ବିଜାପୁର ଆକ୍ରମଣରେ ନକ୍ସଲଙ୍କ ଦ୍ୱାରା ଅପହରଣ ହୋଇଥିବା କୋବ୍ରା ଯବାନ ରାକେଶ୍ୱର ସିଂ ମାନହସ୍ ମୁକ୍ତ ହୋଇଛନ୍ତି ବୋଲି ପୋଲିସ ତୁତ୍ରରୁ ଖବର ଥିବା ଜାତୀୟ ଖବର ସରବରାହ ସଂସ୍ଥା ଏନଆଇ ପକ୍ଷରୁ କୁହାଯାଇଛି । ଆଜି ଅପରହ୍ଣରେ ତାଙ୍କୁ ମୁକ୍ତ କରାଯାଇଥିବା ସୂଚନା ରହିଛି ।
ତାଙ୍କୁ ଗତ ୩ ତାରିଖରେ ଛତିଶଗଡର ବିଜାପୁରେ ପୋଲିସ ଓ ମାଓବଦି ମାନଙ୍କ ଭିତରେ ଘଟିଥିବା ଗୁଳିକାଣ୍ଡରେ ରାକେଶ୍ୱରଙ୍କୁ ମାଓବାଦୀ ମାନେ ଅପହରଣ କରିନେଇଥିଲେ । ଗତ ୫ ତାରିଖରେ ମାଓବାଦୀ ମାନେ ଅପହରନ କରିଥିବା ସ୍ପଷ୍ଟ କରିଥିଲେ ।ତେବେ ସରକାରଙ୍କ ତରଫରୁ ଲଗାତାର ତାଙ୍କୁ ଛଡାଇବା ପାଇଁ ଉଦ୍ୟମ ଜାରୀ ରହିଥିଲା ।