ସୁଶାନ୍ତଙ୍କୁ ଡ୍ରଗର ଓଭରଡୋଜ ଦେଉଥିଲେ ରିୟା, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଅଭିଯୋଗ କଲା ବିହାର ପୋଲିସ
Khabar Odisha:chakraborty-took-sushant-singh-rajput-to-her-house-and-started-giving-him-overdose-of-medicine
ପାଟନା, ଅଗଷ୍ଟ ୦୭ (ଖବର ଓଡ଼ିଶା):

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ସଦ୍ୟତମ ଖବର ଅନୁଯାୟୀ, ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ ଏବଂ ସୁଶାନ୍ତ ସେବନ କରୁଥିବା ଔଷଧ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ମାତ୍ରାରେ ଦେଉଥିଲେ । ବିହାର ପୋଲିସର ଏଫିଡେଭିଟରେ ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଛନ୍ତି । ବିହାର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍(ସତ୍ୟପାଠ) ଦାଖଲ କରାଯାଇଛି ଯେ ରିୟା ଏବଂ ତାଙ୍କ ପରିବାର ସମସ୍ତେ ସୁଶାନ୍ତଙ୍କ ଜୀବନରେ ଟଙ୍କା ଲୋଭରେ ହିଁ ଆସିଥିଲେ ।

ରିୟାଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ବିହାର ସରକାର । ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟ ମାନେ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କ ସ୍ଥାପନ କରିବାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ସୁଶାନ୍ତ ସିଂ ରାଜପୁତଙ୍କର ଟଙ୍କାକୁ ହଡପ କରିବା ନେଇ ବିହାର ପୋଲିସ ତା ଅଭିଯୋଗରେ ଦର୍ଶାଇଛି । ବିହାର ପୋଲିସ ଏହା ମଧ୍ୟ କହିଛି ଯେ ପରେ ରିୟା ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ମାନସିକ ରୋଗର ମିଥ୍ୟା ଚିତ୍ର ପ୍ରସ୍ତୁତ କରିଥିଲେ।

ବିହାର ପୋଲିସର ବରିଷ୍ଠ ଅଧୀକ୍ଷକ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇ ସେଠାରେ ତାଙ୍କୁ ଡ୍ରଗ୍ ଓଭରଡୋଜ ଦେବା ଆରମ୍ଭ କରିଥିଲେ । ରିୟାଙ୍କ ଉପରେ ସୁଶାନ୍ତଙ୍କ ବାପା କେ.କେ ସିଂ ଏହି ଅଭିଯୋଗ ଆଣିଥିଲେ । ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ରିୟା ସୁଶାନ୍ତଙ୍କ ସହିତ ଝଗଡା କରି ଯିବାବେଳେ ତାଙ୍କର(ସୁଶାନ୍ତଙ୍କର) ସମସ୍ତ ଜିନିଷ ନେଇଯାଇଛନ୍ତି |

ଏଥିସହ ବିହାର ପୋଲିସ କହିଛି ଯେ ମୁମ୍ବାଇ ପୋଲିସର କୌଣସି ସାହାଯ୍ୟ ନ ମିଳିବା ସତ୍ତ୍ୱେ ଏହି ମାମଲାରେ ସେମାନଙ୍କୁ ଅନେକ ଜିନିଷ ମିଳିଛି, ଯାହାର ତଦନ୍ତ କରାଯାଇପାରିବ । ବିହାର ପୋଲିସ ସୁପ୍ରିମକୋର୍ଟଙ୍କୁ ମଧ୍ୟ ପରାମର୍ଶ ଦେଇଛି ଯେ ଏହି ମାମଲା ସହ ଜଡିତ ଅନେକ ଜିନିଷ ଭାରତର ବିଭିନ୍ନ ସ୍ଥାନରେ ବିସ୍ତାର ହୋଇଥିବାରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ଦିଆଯାଉ ।

  • Tags:

Subscribe

National International State Sports Entertainment