କଟକ ଦେଇ ଚାଲାଣ ହେଉଥିବା ବେଳେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ ସହ ଦାମୀ କାର କଟକ, ନଭେମ୍ବର 21(ଖବର ଓଡ଼ିଶା) Share story: ଅବକାରୀ ଗୁଇନ୍ଦା ବିଭାଗ କୁ ମିଳିଲା ବଡ଼ ସଫଳତା । ଆନ୍ଧ୍ରା ରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ୧୨୦ କେଜି ଗଞ୍ଜେଇକୁ ଜବତ କରିଛି ଅବକାରୀ ବିଭାଗ । ସୂଚନା ମୁତାବକ ଆଜି ଭୋର ସମୟରେ କଟକ ଟାଙ୍ଗୀ ଟୋଲ ଗେଟ ନିକଟରେ ଗୁଇନ୍ଦା ବିଭାଗ ପୂର୍ବ ସୂଚନା ମୁତାବକ ଗଞ୍ଜେଇ ଚାଲାଣକାରି ଙ୍କୁ ଧରିବା ପାଇଁ ଜଗି ରହିଥିଲେ । ଏହି ସମୟରେ ହୁଣ୍ଡାଇ କମ୍ପାନୀ ର ଏକ ଦାମୀ ଗାଡ଼ି ଉପରେ ସନ୍ଦେହ ଘନିଭୂତ ହୋଇଥିଲା । ଯାହା ଫଳରେ ଅବକାରୀ କର୍ମଚାରି ମାନେ ଯେତେବେଳ ଗାଡ଼ି ର ତଲାସୀ କରିଥିଲେ ସେଇ ସମୟରେ ଗାଡ଼ିରେ ଥିବା ତିନି ଜଣ ଯୁବକ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ଓ ଗାଡ଼ି ର ସମ୍ପୂର୍ଣ୍ଣ ତଲାସୀ ବେଳେ ସିକ୍ରେଟ ଚାମ୍ୱର ଗୁଡିକରୁ ଏକ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ୍ୟ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ । ଏହି ଘଟଣାରେ ତିନି ଜଣ ଯୁବକ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉକ୍ତ ଗଞ୍ଜେଇ ଓ ଦାମୀ ଗାଡ଼ି କୁ ଜବତ କରାଯାଇଛି । ଅନ୍ୟପଟେ ଗଞ୍ଜେଇ ଚାଲାଣ ବେଳେ ଯେମିତି କାହାର ସନ୍ଦେହ ଘନିଭୂତ ନ ହେବ ସେଥିପାଇଁ ଦାମୀ ଗାଡ଼ି ବ୍ୟବହାର କରିବା ସହ କିପରି ସ୍ୱଳ୍ପ ସମୟ ମଧ୍ୟରେ ଅଧିକା ଟଙ୍କା ଉପାର୍ଜନ ହେଇପାରିବ ଏ ନେଇ ଏଭଳି ସାହସିକତା ଭାବରେ ଗଞ୍ଜେଇ ଚାଲାଣ କରିବା କଥା ସାମ୍ନାକୁ ଆସିଛି । ଖବର ଓଡ଼ିଶା, Reporter, 21/11/2022