ରାଜ୍ୟ ବାହାରୁ ଓଡିଶାକୁ ଆସିଲେ ଦରକାର ଆରଟି ପିସିଆର ରିପୋର୍ଟ, ନଚେତ 7 ଦିନ କ୍ୱାରେଣ୍ଟାଇନ
Khabar Odisha:When-you-come-to-Odisha-from-outside-the-state-you-need-an-RT-PCA-report-or-a-7-day-quarantine
ଓଡିଶା, ଏପ୍ରିଲ୍ ୮ (ଖବର ଓଡ଼ିଶା)

 ରାଜ୍ୟରେ କରୋନା ଭାଇରସର ସ୍ଥିତି ସଙ୍ଗୀନ ରହିଛି। ଦୈନିକ 800 ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର କଡା ପଦକ୍ଷେପ ନେଇଛନ୍ତି । ଏଣିକି ବାହାର ରାଜ୍ୟରୁ ଆସିଲେ କୋଭିଡ ନେଗେଟିଭ ସାର୍ଟିଫିକେଟ ଦେବାକୁ ହେବ ବୋଲି ସରକାର କହିଛନ୍ତି ।

ସୂଚନା ଅନୁସାରେ, ଗତ 24 ଘଣ୍ଟାରେ 879 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି କରାଯାଇଛି।ନୂଆ ଗାଇଡ଼ଲାଇନ ଅନୁସାରେ, ବାହାର ରାଜ୍ୟରୁ ଟ୍ରେନ ବସ ବିମାନ ତଥା ସାଧାରଣ ପରିବହନ କିମ୍ବା ବ୍ୟକ୍ତିଗତ ଗାଡ଼ିରେ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ 7 ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ । ଓଡିଶାକୁ ଆସିଲେ 3ଦିନ ମଧ୍ୟରେ କରିଥିବା ଟେଷ୍ଟ ରିପୋର୍ଟ ଦେବାକୁ ହେବ । ନଚେତ କୋଭିଡ ଦ୍ଵିତୀୟ ଡୋଜ ର ରିପୋର୍ଟ ଦେବାକୁ ହେବ । 

ଏହାସହ ଛତିଶଗଡ଼ ଦେଇ ଆସୁଥିବା ଏବଂ ଛତିଶଗଡ଼ରୁ ଆସୁଥିବା ସମସ୍ତ ଟ୍ରେନ ବାତିଲ ପାଇଁ ରେଳବାଇକୁ କୁହାଯାଇ ପାରେ ବୋଲି ସରକାର କହିଛନ୍ତି । ସମସ୍ତ ନିୟମ ଏପ୍ରିଲ 12ରୁ ଲାଗୁ ହେବ ।

  • Tags:

Subscribe

National International State Sports Entertainment