ଉତ୍ତରପ୍ରଦେଶ: ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ବିଏସ୍‌ପି ନେତା
Khabar Odisha:Uttar-Pradesh-BSP-worker-Arshad-Rana-bitterly-cries-claiming-that-he-was-promised-a-ticket-in-UP-election-only-to-be-denied-ticket-at-the-last-moment-despite-putting-up-hoardings-for-the-upcoming-polls
ନୂଆଦିଲ୍ଲୀ, ଜାନୁଆରୀ ୧୪(ଖବର ଓଡ଼ିଶା):

ଦେଶରେ ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥି ତାଲିକା ଘୋଷଣା କରିବା ଆରମ୍ଭ କରିବା ଆରମ୍ଭ କରିଛନ୍ତି । ତେବେ ଏହି ୫ଟି ରାଜ୍ୟର ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନ ବେଶ୍ ଗୁରୁତ୍ୱପୁର୍ଣ୍ଣ ଅଟେ । ଉତ୍ତରପ୍ରଦେଶର ବିଭିନ୍ନ ରାଜନେତା ଏବେ ଟିକାଟ୍ ଆଶାରେ ଲକ୍ଷଲକ୍ଷ ଟଙ୍କା ଦେବାକୁ ପଛାଉ ନଥିବା ଖବର ଆସୁଥିବା ବେଳେ ନିର୍ବାଚନ ସମୟରେ ଟିକେଟ୍ ବିକ୍ରି ଏକ ବଡ ପ୍ରସଙ୍ଗ ଭାବରେ ଉଭା ହୋଇଛି । 

ମୁଜାଫରନଗର ଜିଲ୍ଲାରୁ ଆସୁଛି, ଯାହା ଶୁଣିବା ପରେ ରାଜନେତିକ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବିଏସପି ରାଜନେତା ଅର୍ଶଦ ରାଣା ଟିକେଟ୍ ନ ପାଇବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି । ସୂଚନା ମୁତାବକ ଅର୍ଶଦ ରାଣା ପୋଲିସ ଷ୍ଟେସନରେ ନେତା ଶ୍ୟାମସୁଦ୍ଦିନ ରେନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ସମୟରେ ବିଏସପି ନେତା ଅର୍ଶଦ ରାଣା ପୋଲିସ ଷ୍ଟେସନରେ ଇନ୍ସପେକ୍ଟରଙ୍କ ସାମ୍ନାରେ କାନ୍ଦୁଥିଲେ। ଯଦି ନ୍ୟାୟ ପ୍ରଦାନ ନହୁଏ ତେବେ ମୁଁ ଆତ୍ମହତ୍ୟା କରିବି ବୋଲି ବିଏସପି ନେତା ଅର୍ଶଦ ରାଣା ଚେତାବନୀ ଦେଇଛନ୍ତି।

 pic.twitter.com/DMe8mDHk2J

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓରେ ଅର୍ଶଦ ରାଣା ମୁଜାଫରନଗରରେ ଅଭିଯୋଗ ଆଣି ଅଭିଯୋଗ କରିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ମୁଜାଫରନଗରର ଚାର୍ଟୱାଲ ସିଟରୁ ଦଳ ତାଙ୍କୁ ଟିକେଟ ପ୍ରତିଶୃତି ଦେଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏଥିସହ ସେ କହିଛନ୍ତି ଯେ ଟିକେଟ୍ ପାଇଁ ବିଏସପିର ଜଣେ ବରିଷ୍ଠ ନେତା ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଏବଂ ସେ ପାର୍ଟିକୁ ୪.୫୦ ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି। ଯଦି ନ୍ୟାୟ ନ ମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ରାଣା ମଧ୍ୟ ଚେତାବନୀ ଦେଇଛନ୍ତି।

  • Tags:

Subscribe

National International State Sports Entertainment