ପୁଣି ବଢିଲା ବେରୋଜଗାରୀ ସମସ୍ୟା ,୪ ମାସରେ ସର୍ବୋଚ୍ଚସ୍ତର ଛୁଇଁଲା ବେକାରୀ ହାର
Khabar Odisha:Unemployment-rises-again-highest-unemployment-rate-in-six-months
ନୂଆଦିଲ୍ଲୀ,ମେ 04 (ଖବର ଓଡିଶା) :

ମହାମାରୀ କରୋନାକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ କିଏ ନିଜର ପରିବାରର ଲୋକଙ୍କ ଠାରୁ ଦୂରରେ ରହୁଛି ତ କିଏ ପରିବାର ପ୍ରତିପୋଷଣ କରିବା ପାଇଁ କରିଥିବା ଚାକିରୀକୁ ହରାଇଲାଣି । କରୋନା ମହାମାରୀର ଦ୍ୱିତୀୟ ଲହର ପୁଣିଥରେ ଲୋକଙ୍କ ରୋଜଗାର ଛଡାଇ ନେଇଛି ।

ଅର୍ଥନୈତିକ କାର୍ଯ୍ୟକଳାପପ୍ରଭାବିତ ହୋଇଥିବାରୁ ଅନେକ ଲୋକ ଜିବୀକା ହରାଇ ବେକାର ହୋଇପଡିଛନ୍ତି । ଦେଖିବାକୁ ଗଲେ ଏପ୍ରିଲରେ ଦେଶର ବେକାରୀ ହାର ୪ ମାସ ଭିତରେ ସର୍ବୋଚ୍ଚ ସ୍ତର ୮ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଛି ।

ଦେଶରେ ମାର୍ଚ୍ଚରେ ବେକାରୀ ହାର ୬.୫ ପ୍ରତିଶତ ଥିବା ବେଳେ ଏପ୍ରିଲରେ ଦେଶରେ ବେକାରୀ ହାର ୭.୯ ପ୍ରତିଶତ ରହିଛି । ତେବେ ଦେଖିବାକୁ ଗଲେ ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇମୋନୋମି(ସିଏମ୍‌ଆଇଇ) ଦ୍ୱାରା ଦେଶରେ ବେକାରୀର ତାଜା ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଜଣାପଡ଼ିଛି ଯେ, ଓଡ଼ିଶାରେ ବେକାରୀ ହାର ପୁର୍ବଅପେକ୍ଷା ବୃଦ୍ଧି ଘଟିଛି ।

ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତରପ୍ରଦେଶରେ ବେକାରୀ ପ୍ରତିଶତ ୪.୨ ରହିଥିବା ବେଳେ ଦେଶରେ ସବୁଠାରୁ କମ୍ ୧.୨ ପ୍ରତିଶତ ବେକାରୀ ହାର ଆସା‌ମରେ ରହିଥିବା ରିପୋର୍ଟରେ କୁହାଯାଇଛି। ସିଏମ୍‌ଆଇଇର ସଦ୍ୟତମ ରିପୋର୍ଟ ଅନୁଯାୟୀ ରାଜସ୍ଥାନରେ ବେକାରୀ ହାର ୧୫.୩୨ ପ୍ରତିଶତ, ଦିଲ୍ଲୀରେ ୧୨.୨୨ ପ୍ରତିଶତ, ବିହାରରେ ୧୧.୯ ପ୍ରତିଶତ ପଞ୍ଜାବରେ ୯.୬, ପଶ୍ଚିମବଙ୍ଗରେ ୯.୩ ୩ ପ୍ରତିଶତ, ମହାରାଷ୍ଟ୍ରରେ ୪.୫ ପ୍ରତିଶତ, ଓ ଝାଡ଼ଖଣ୍ଡରେ ୮.୨ ପ୍ରତିଶତ ରହିଛି।

ରିପୋର୍ଟ ଅନୁସାରେ, ଜାତୀୟ ସ୍ତରରେ ମଧ୍ୟ ବେକାରୀ ପ୍ରତିଶତ ହ୍ରାସ ପାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ମେ'ରେ ମଧ୍ୟ ନିଯୁକ୍ତି ସ୍ଥିତି ଭଲ ରହିବନି ବୋଲି ସୁଚନା ମିଳିଛି । ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ବେକାରୀ ହାର ଅଧିକ ଉତ୍କଟ ରହିଛି । ତେଣୁ ଏବେ ପରିବାର ପ୍ରତିପୋଷଣ କରିବା ସାଧାରଣ ସ୍ତରରେ କଷ୍ଟକର ହୋଇପଡ଼ିଲାଣି ।

  • Tags:

Subscribe

National International State Sports Entertainment