ୱାଶିଂଟନ: ଆମେରିକାର ନାଗରିକତା ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର ଘୋଷଣା କରିଛି ଟ୍ରମ୍ପ ପ୍ରଶାସନ। ତେବେ ନାଗରିକତା ପାଇବା ପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଦେବାକୁ ପଡ଼ିବ। ଟ୍ରମ୍ପଙ୍କ ଯୋଜନା ଅନୁଯାୟୀ, ଯେଉଁମାନେ ଆମେରିକାର ନାଗରିକତା ଚାହୁଁଛନ୍ତି ସେମାନଙ୍କୁ ୫ ନିୟୁତ ଡଲାର (ପାଖାପାଖି ୪୩ କୋଟି ୫୫ ଲକ୍ଷ ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିବ। ଏହାକୁ 'ଗୋଲ୍ଡ କାର୍ଡ' ସ୍କିମ୍ ନାମ ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ଗୋଲ୍ଡ କାର୍ଡ ଗ୍ରୀନ୍ କାର୍ଡର ପ୍ରିମିୟମ୍ ଭର୍ସନ ହେବ। ଗୋଲ୍ଡ କାର୍ଡ ପାଇବା ପରେ ଗ୍ରୀନ କାର୍ଡ ଅପେକ୍ଷା କେବଳ ବ୍ୟକ୍ତିଙ୍କୁ ଅଧିକ ସ୍ୱତନ୍ତ୍ର ଅଧିକାର ମିଳିବ ତାହା ନୁହେଁ ବରଂ ଆମେରିକାରେ ନିବେଶ କରିବା ଏବଂ ନାଗରିକତା ହାସଲ କରିବାର ସୁଯୋଗ ମଧ୍ୟ ମିଳିବ। ଭବିଷ୍ୟତରେ ୧୦ ଲକ୍ଷ କାର୍ଡ ଅର୍ଥାତ୍ ୧୦ ଲକ୍ଷ କାର୍ଡ ବିକ୍ରି ହେବ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ସାରା ବିଶ୍ୱର ଧନୀ ବ୍ୟକ୍ତିଙ୍କୁ ଆମେରିକାକୁ ଆକୃଷ୍ଟ କରିବା, ଯାହା ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ। ଟ୍ରମ୍ପ କହିଛନ୍ତି, ଆମେ ଗୋଲ୍ଡ କାର୍ଡ ବିକ୍ରି କରିବାକୁ ଯାଉଛୁ। ଆମେ ସେହି କାର୍ଡର ମୂଲ୍ୟ ପାଖାପାଖି ୫ ନିୟୁତ ଡଲାର ଧାର୍ଯ୍ୟ କରିବୁ। ଓଭାଲ ଅଫିସରେ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିଙ୍କ ସହ କାର୍ଯ୍ୟନିର୍ବାହୀ ଆଦେଶ ସ୍ୱାକ୍ଷର କରିବା ସମୟରେ ଟ୍ରମ୍ପ୍ କହିଛନ୍ତି, ଆମେ ଗୋଲ୍ଡ କାର୍ଡ ବିକ୍ରି କରିବାକୁ ଯାଉଛୁ। ଆପଣଙ୍କ ପାଖରେ ଗ୍ରୀନ୍ କାର୍ଡ ଅଛି, ଏହା ଏକ ଗୋଲ୍ଡ କାର୍ଡ। ଏଥିପାଇଁ ପାଖାପାଖି ୫ ମିଲିୟନ ଡଲାର ଖର୍ଚ୍ଚ ହେବ ଏବଂ ଗ୍ରୀନ୍ କାର୍ଡ ଭଳି ସ୍ୱତନ୍ତ୍ର ଅଧିକାର ମିଳିବ।
ଏହା ଦ୍ୱାରା ନାଗରିକତା ପାଇଁ ଏକ ନୂଆ ମାର୍ଗ ଖୋଲିବ ବୋଲି ସେ କହିଛନ୍ତି। ଧନୀ ଲୋକମାନେ ଏହି କାର୍ଡ କିଣି ଆମେରିକା ଆସିବେ, ଏଠାରେ ନିବେଶ କରିବେ ଏବଂ ଅନେକ ନିଯୁକ୍ତି ସୃଷ୍ଟି କରିବେ।ଏହି ଯୋଜନାରେ ରୁଷୀୟମାନେ ଲାଭବାନ ହେବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ଟ୍ରମ୍ପ କହିଛନ୍ତି, ହଁ, ଅବଶ୍ୟ ରୁଷୀୟ ଅଲିଗାରମାନେ ଆମ ଦେଶକୁ ଆସିପାରିବେ।
ଅଧିକ ପଢ଼ନ୍ତୁ: ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ