ନୂଆଦିଲ୍ଲୀ: ଆଜି ସାରା ଦେଶରେ ମହାଶିବରାତ୍ରି ପାଳନ କରାଯାଉଛି। ମଧ୍ୟପ୍ରଦେଶର ଉଜ୍ଜୈନରୁ ଝାଡ଼ଖଣ୍ଡର ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶିବରାତ୍ରିର ବହୁତ ଧାର୍ମିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ମହାଶିବରାତ୍ରୀ ଅବସରରେ ଶ୍ରୀ ବାବା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହାଶିବରାତ୍ରୀ ଅବସରରେ ଉଜ୍ଜୈନର ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଆରତି କରାଯାଇଛି। ସେହିପରି ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ସ୍ୱତନ୍ତ୍ର ଭସ୍ମ ଆରତି କରାଯାଇଛି।
କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଶିବରାତ୍ରୀ ଅବସରରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ମଙ୍ଗଳା ଆରତୀ କରାଯାଇଛି। ମହାଶିବରାତ୍ରୀରେ ପୂଜାର୍ଚ୍ଚନା ପାଇଁ ମହିପାଲପୁରର ଶିବ ମୂର୍ତ୍ତି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ପୂଜା ଓ ପ୍ରାର୍ଥନା ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ୱର ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସେହିପରି ମହାରାଷ୍ଟ୍ରର ନାସିକସ୍ଥିତ ଶ୍ରୀ ତ୍ରିମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଉଜ୍ଜୈନର ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ସକାଳ ଆରତୀରେ ଯୋଗ ଦେଇଥିଲେ। ମହାଶିବରାତ୍ରୀର ପବିତ୍ର ଦିନରେ ମହାକାଳ ଦର୍ଶନ କରି ସେ ଭାଗ୍ୟବାନ ବୋଲି ସେ କହିଛନ୍ତି। ଏଠାରେ ବ୍ୟବସ୍ଥା ବହୁତ ଭଲ। ଆମେ ଦେଶକୁ ଆହୁରି ଭଲ ଭାବରେ ସେବା କରିବାର ଶକ୍ତି ପାଇଁ ପ୍ରାର୍ଥନା କରୁଛୁ।
ଅଧିକ ପଢ଼ନ୍ତୁ: ମହାଶିବରାତ୍ରୀରେ ପବିତ୍ର ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ