ୟୁପି ବିଧାନସଭା ନିର୍ବାଚନ:ଗୋରଖପୁରରୁ ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର,ଜାନୁଆରୀ 15(ଖବର ଓଡ଼ିଶା): Share story: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ପାଖାପାଖି ୧୭୦ ଆସନ ରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଆସନ୍ତା ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବ ନିର୍ବାଚନ । ତେଣୁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀନାମ ଘୋଷଣା ହୋଇଛି । ୭ଟି ପର୍ଯ୍ୟାୟରେ ଶେଷ ହେବ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟରେ ୫୮ ଆସନରୁ ୫୭ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ସିଟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟ ସାମ୍ନାକୁ ଆସିଛି । ସେ ଗୋରଖପୁର ସହରରୁ ନିର୍ବାଚନ ଲଢିବେ । ସେହିପରି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁରୁ ନିର୍ବାଚନ ଲଢିବେ । ଖବର ଓଡ଼ିଶା, Reporter, 15/01/2022