ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱାଡ ଜିଲ୍ଲାର ଚାତରୁ ଅଞ୍ଚଳରେ ଶୁକ୍ରବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସେନାର ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ନାଗରୋଟାସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ୍ କହିଛି ଯେ ଗୁଳିବିନିମୟରେ ସେନାର ୪ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନମାନଙ୍କୁ ଡାକ୍ତରଖାନା ନେବା ବାଟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।
ସହିଦ ଯବାନମାନେ ହେଲେ ସିପାହୀ ଅରବିନ୍ଦ ସିଂହ ଓ ବିପିନ କୁମାର। ଏହି ଗୁଳି ବିନିମୟରେ ସେନାର ୨ ଜଣ ଯବାନ ଆହତ ହୋଇଛନ୍ତି । ସେମାନେ ହେଲେ ନାଏବ ସୁବେଦାର ବିପନ କୁମାର ଓ ସିପାହୀ ଅରବିନ୍ଦ ସିଂହ। ହ୍ୱାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ଏକ ପୋଷ୍ଟରେ ସହିଦ ଯବାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି। ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଛତ୍ରୁ ଅଞ୍ଚଳର ନାଇଦଘମ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାବାହିନୀ ଓ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।
ହ୍ୱାଇଟ୍ ନାଇଟ୍ କର୍ପସ୍ ଏହାର 'ଅପରେସନ୍ ଶାହପୁରଶାଳା' ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛି ଯେ ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ପୁଲିସ ସହ କିସ୍ତଓ୍ଵାରର ଚତରୁ ଅଞ୍ଚଳରେ ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଅପରାହ୍ନ ସାଢ଼େ ୩ଟାରେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇ ଅପରେସନ ଜାରି ରହିଥିଲା। ଏହା ପୂର୍ବରୁ ଜଣେ ପୁଲିସ ମୁଖପାତ୍ର କହିଛନ୍ତି ଯେ ଚତରୁ ଥାନା ଅନ୍ତର୍ଗତ ନୈଦଗାମ୍ ଗ୍ରାମର ଉପର ମୁଣ୍ଡରେ ଥିବା ପିଙ୍ଗନାଲ ଡୁଗଡ୍ଡା ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସର୍ଚ୍ଚ ପାର୍ଟି ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଅଧିକ ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ଗୁଳି ବିନିମୟ