ଟିକରପଡା ସରକାରୀ ପଲିଟେକ୍‌ନିକ୍ କଲେଜରେ ଛାତ୍ରଛାତ୍ରୀଙ୍କୁ କାନଧରାଇବା ଭିଡିଓ ଭାଇରାଲ, କ୍ଷମା ପ୍ରାର୍ଥନା କଲେ ଶିକ୍ଷକ
Khabar Odisha:Tikarpada-Govt-Polytechnic-College-video-goes-viral-teacher-apologizes

ରାଜ୍ୟସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା ସରକାରୀ ପଲିଟେକ୍‌ନିକ୍ କଲେଜ, ଟିକରପଡା ପରିସରରେ ସିନିୟର ଛାତ୍ରଛାତ୍ରୀଙ୍କୁ କାନଧରାଇ ଖୋଲା ପଡିଆରେ ଛିଡା କରାଇବା ଘଟଣାର ଭିଡିଓ ଭାଇରାଲ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ଏହି ପଲିଟେକ୍‌ନିକ୍ କଲେଜର ମେଟାଲୋଜି ବ୍ରାଞ୍ଚର ଜଣେ ଅଧ୍ୟାପକ କିଛି ଛାତ୍ରଛାତ୍ରୀଙ୍କୁ କାନଧରାଇ ଖୋଲା ଆକାଶ ତଳେ କଲେଜ ପରିସରରେ ଛିଡା କରାଇବା ଓ ତାଙ୍କ ନିକଟରେ ଜୁନିୟର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଚାରିପଟେ ବୁଲାଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି କ୍ଲାସ ଚାଲିଥିବାବେଳେ କିଛିଜଣ ଛାତ୍ରଛାତ୍ରୀ ବିଶୃଙ୍ଖଳା କରୁଥିବାବେଳେ ଜୈନିକ ଅଧ୍ୟାପକ ସେମାନଙ୍କୁ ଖରାରେ ବାହାରେ କାନଧରାଇ ଛିଡା କରାଇବା ସେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି । ଏନେଇ ସେ ଷ୍ଟାଫ୍ କାଉନ୍‌ସିଲ ବୈଠକ ଡାକି ଉକ୍ତ ଅଧ୍ୟାପକଙ୍କୁ ସାମୂହିକ ଭାବେ ବରଖାସ୍ତ କରାଯିବା ସହ ଉକ୍ତ ଘଟଣା ବିଷୟରେ ନିର୍ଦ୍ଦେଶକ ରାଜ୍ୟ ଟେକ୍‌ନିକାଲ ଏଜୁକେଶନ୍‌ଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ଓ ଆଗାମୀ ଦିନରେ ଅନୁଷ୍ଠାନରେ ଏପରି ଘଟଣା ଯେପରି ପୁନାରୁବୃତ୍ତି ନଘଟିବ ସେଥିପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment