ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ସୁନ୍ଦରୀ
Khabar Odisha:Tigress-Sundari-Tranquilised-In-Satkosia-Tiger-Reserve
ଅନୁଗୁଳ, ଫେବୃଆରୀ ୨୨ (ଖବର ଓଡ଼ିଶା):

ପୁଣି ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ ସୁନ୍ଦରୀ । ଅନୁଗୋଳ ଜିଲ୍ଲା ସାତକୋଶିଆ ରାଇଗୁଡା ଏନକ୍ଲୋଜରେ ବାଘୁଣୀ ସୁନ୍ଦରୀ ମୋଟା ହେବା କାରଣରୁ ବେକରେ ଲାଗିଥିବା ରେଡ଼ିଓ କୋଲାର ଚାପି ହୋଇଯାଇଥିଲା । ଏଥିପାଇଁ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ବେକରୁ ରେଡ଼ିଓ କୋଲାରକୁ ବାହାର କରିଛି ବନ ବିଭାଗ ।

ଶିମିଳିପାଳ ଓ ସାତକୋଶିଆର ୧୦ ଜଣିଆ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ଶୁକ୍ରବାର ଏହି ଟ୍ରାଙ୍କୁଲାଇଜ୍ କରା ଯାଇଥିଲା । ଦୁଇ ବର୍ଷରେ ବାଘୁଣୀକୁ ତୃତୀୟ ଥର ପାଇଁ ଏଭଳି ଟ୍ରାଙ୍କୁଲାଇଜ୍ କରା ଯାଇଛି । ସୁନ୍ଦରୀର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଥିବା ମଧ୍ୟ ସାତକୋଶିଆ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସୁନ୍ଦରୀ ଏନକ୍ଲୋଜରରେ ରହି ତା ଓଜନରେ ବୃଦ୍ଧି ଘଟିଛି ସେହି କାରଣରୁ ତା ବେକରେ ଥିବା ରେଡିଓ କୋଲାର ଆଉ ଠିକ ଭାବେ କାମ ମଧ୍ୟ କରୁନଥିଲା । ସେହି କାରଣରୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା ।

  • Tags:

Subscribe

National International State Sports Entertainment