ଘରେ ରହି “ଏସବିଆଇ”ରେ ଖୋଲନ୍ତୁ ସେଭିଙ୍ଗ ଆକାଉଣ୍ଟ, ଯିବାକୁ ପଡିବନି ବ୍ୟଙ୍କ ଶାଖାକୁ
Khabar Odisha:This-new-feature-will-help-customers-open-an-account-with-SBI-without-having-to-visit-a-bank-branch

ଏପ୍ରିଲ୨୪(ଖବର ଓଡିଶା); ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଏକ ନୁତନ ସେବାର ଶଭାରମ୍ବ କରାଯାଇଛି । ଏହା ସହାଯ୍ୟରେ ଗ୍ରାହକ ମାନେ ଘରେ ରହି ଏସବିଆଇ ବ୍ୟାଙ୍କରେ ନିଜର ସଂଚୟ ଖାତା ଖୋଲିପାରିବେ । ଆଜି ଏସବିଆଇ ପକ୍ଷରୁ ଭିଡିଓ କେୱାଇସି ଦ୍ୱାରା ବ୍ୟାଙ୍କରେ ଖାତା ଖୋଲା ଯାଇପାରୁଥିବା ଏକ ନୁତନ ସୁବୁଧା ଏହାର ମୋବାଇଲ ବ୍ୟଙ୍କିଙ୍ଗ ଆପ୍ “ୟୋନୋ” ରେ ଆରମ୍ବ କରାଯାଇଛି । ଏହି ନୁଆ ସୁବିଧା ମାଧ୍ୟମରେ ଜଣେ ଗ୍ରାହାକ ଏସବିଆଇର କୌଣଷି ଶଖାକୁ ନଯାଇ ନିଜର ଖାତା ଖୋଲି ପାରିବେ ବୋଲି ଭାରତର ସର୍ବବୃହତ ଋଣ ପ୍ରଦାନ କାରି ବ୍ୟାଙ୍କ କହିଛି ।

ଏହା ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ ଏବଂ ପେପେରଲେସ୍ ସେବା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହିଭଳି ସେବା କରୋନା ଭଳି ମହାମାରି ସମୟରେ ଅତ୍ୟନ୍ତ ଦରକାରୀ ବୋଲି ଏହର ଆରମ୍ଭ କରିବା ଅବସରରେ ଏସବିଆଇର ଚେୟାରମ୍ୟାନ ଦିନେଶ ଖାରା କହିଥିଲେ । ଏହା ଗ୍ରାହକଙ୍କର ସୁରକ୍ଷା , ଅର୍ତନୈତିକ ନିରାପତା, ଏବଂ ଅଯଥା ଖର୍ଚ୍ଚରୁ କ୍ଷାନ୍ତ କରିବ । ତେବେ ଯେଉଁ ମାନେ ଏସବିଆଇରେ ନିଜର ନୁଆ ଖାତା ଖୋଲିବାକୁ ଇଛୁକ ସେମାନେ ଏହି ନୁଆ ଫିଚର ମାଧ୍ୟମରେ ନିଜର ଖାତା ଖୋଲିପାରିବେ ।

  • Tags:

Subscribe

National International State Sports Entertainment