ମୋ ବସ୍ରେ ମାତିଛନ୍ତି ଚୋର, ଲଗାତାର ଦୁଇ ଦିନରେ ହେଲାଣି ଦୁଇଟି ଚୋରି ଭୁବନେଶ୍ୱର, ସେପ୍ଟେମ୍ବର ୨୨(ଖବର ଓଡିଶା): Share story: ମୋ ବସ୍ରେ ମାତିଛନ୍ତି ଚୋର। ଲଗାତାର ଦୁଇ ଦିନରେ ହେଲାଣି ଦୁଇଟି ଚୋରି । ଆଜି ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ମୋବସ୍ରୁ ମୋବାଇଲ୍ ଚୋରି ହୋଇଛି। ଦୁଇ ଜଣ ଛାତ୍ରୀଙ୍କ ଏକାସଙ୍ଗେ ଦୁଇଟି ମୋବାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ମୋ ବସ୍ର ୧୬ ନମ୍ବର ରୁଟ୍ରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛକରୁ ଉଠି ପଳାଶୁଣି ଯାଉଥିଲେ ଜଣେ ଛାତ୍ରୀ। ତେବେ ସେ ପହଞ୍ଚିବା ପୂର୍ବରୁ ତାଙ୍କର ବ୍ୟାଗ୍ରୁ ମୋବାଇଲ୍ ଫୋନ ଚୋରି ହୋଇଥିବା ଜଣାପଡିଥିବା । ସେହିପରି ଆଉ ଜଣେ ଛାତ୍ରୀ ବାଣୀବିହାରରୁ ଉଠି ସେ ମଧ୍ୟ ପଳାଶୁଣି ଛକକୁ ଯାଉଥିଲେ। ତାଙ୍କର ମଧ୍ୟ ମୋବାଇନ ଫୋନ ଚୋରି ହୋଇଛି । ବୁଧବାର ମଧ୍ୟ ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଜଣେ କ୍ୟାନସର ରୋଗୀ ଏକ ମୋ ବସ୍ରେ ଚଢ଼ିଥିଲେ। ସେ କଟକର ଏକ ଘରୋଇ ହସ୍ପିଟାଲ୍କୁ ଯାଉଥିଲେ। ତାଙ୍କ ପ୍ୟାଣ୍ଟ ପକେଟରେ ୧୫,୪୦୦ ଟଙ୍କା ଥିଲା। ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ଭିତରେ ତାଙ୍କ ଟଙ୍କା ଚୋରି ହୋଇଥିଲା। ଖବର ଓଡ଼ିଶା, Reporter, 22/09/2022