ଜବଲପୁର: ମଧ୍ୟପ୍ରଦେଶର ଜବଲପୁର ସହରର ଏକ ଜିଲ୍ଲାସ୍ତରୀୟ କମିଟି ୮ଟି ଘରୋଇ ସ୍କୁଲକୁ ବେଆଇନ ଫି' ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଭାବକଙ୍କୁ ସମୁଦାୟ ୫୪.୨୬ କୋଟି ଟଙ୍କା ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶ ରେଗୁଲେସନ ଅଫ୍ ପ୍ରାଇଭେଟ୍ ସ୍କୁଲ ଫି' ଏବଂ ଆନୁଷଙ୍ଗିକ ବିଷୟ ଆଇନ ୨୦୧୭ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଆସିଛି। ପ୍ରତ୍ୟେକ ପ୍ରଭାବିତ ସ୍କୁଲକୁ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଫି' ଫେରସ୍ତ ପାଇଁ ୩୦ ଦିନ ସମୟ ଦିଆଯାଇଛି।
ବୁଧବାର ବିଳମ୍ବିତ ରାତିରେ କମିଟି ଏହି ନିର୍ଦ୍ଦେଶ ଜାରି କରିଛି। ଏହି ସ୍କୁଲଗୁଡ଼ିକ ୭୪,୩୬୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରିଥିବା ଜଣାପଡ଼ିଛି। ୨୦୨୪ ମେ' ୨୭ ତାରିଖରେ ସମାନ ନିର୍ଦ୍ଦେଶନାମା ଜାରି ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି ସମୟରେ ଅନ୍ୟ ୧୧ଟି ସ୍କୁଲକୁ ୮୧ କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ନିକଟରେ ଏହି ଆଦେଶନାମାରେ ସମ୍ବୋଧିତ ହୋଇଥିବା ୮ଟି ବିଦ୍ୟାଳୟ ପୂର୍ବ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ଥିବା ବିଦ୍ୟାଳୟଠାରୁ ଭିନ୍ନ।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ପୁଲିସ ସମ୍ମୁଖରେ ହିନ୍ଦୁ ଯୁବକଙ୍କୁ ପିଟିଲେ