ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ, ସତର୍କ ରହିବାକୁ ପରାମର୍ଶ
Khabar Odisha:The-spread-of-serotype-2-dengue-is-advised
ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଖବର ଓଡିଶା):

ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ । ଏନେଇ ସତର୍କ ରହିବାକୁ ଓଡିଶା ସମେତ ୧୧ ଟି ରାଜ୍ୟକୁ କେନ୍ଦ୍ର ଦେଇଛି ପରାମର୍ଶ । ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଓ ତେଲାଙ୍ଗାନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । 

ଏହି ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ଅନ୍ୟାନ୍ୟ ରୋଗ ପ୍ରତି ସତର୍କ ରହିବା ଲାଗି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାକେଶ ଭୂଷଣ କହିଛନ୍ତି ଯେ ଏହି ୧୧ଟି ରାଜ୍ୟରେ ସେରୋଟାଇପ-୨ ଡେଙ୍ଗୁ ବ୍ୟାପୁଛି । ଏଥିରେ ଅଧିକରୁ ଅଧିକ ଲୋକ ପୀଡିତ ହେବା ସହ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଗୁଆ ନିରୂପଣ ବ୍ୟବସ୍ଥା, ଜ୍ୱରର ମୁକାବିଲା ଲାଗି ହେଲ୍ପଲାଇନ, ଅଧିକ ଟେଷ୍ଟି କିଟ୍ ରଖିବା ଓ ପର୍ଯ୍ୟାପ୍ତ ଔଷଧ ରଖିବା ଲାଗି ପରାମର୍ଶ ଦିଆଯାଇଛି । ଏହାସହ ତୁରନ୍ତ ମୁକାବିଲା ପଦକ୍ଷେପ ନେବା ପାଇଁ ରାପିଡ ରେସପନ୍ସ ଟିମ୍ ସଜାଗ ରଖିବା ଲାଗି କେନ୍ଦ୍ର ନିର୍ଦ୍ଦେଶ ଦେଇଛି । 

ସେପଟେ ଲୋକଙ୍କୁ ସଚେତନ କରିବା ଲାଗି ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ପ୍ରମୁଖ ସଚିବ, ପୌରନଗର, ଜିଲ୍ଲାପାଳ, ବରିଷ୍ଠ ଅଧିକାରୀମାନଙ୍କୁ ସତର୍କ ରହିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ କହିଛନ୍ତି ।

  • Tags:

Subscribe

National International State Sports Entertainment