କେନ୍ଦୁଝର ମେଡିକାଲରେ ଶିଶୁଙ୍କ ମୃତ୍ୟୁ ଘଟଣା, ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କେନ୍ଦୁଝର, ସେପ୍ଟେମ୍ବର ୨୨(ଖବର ଓଡିଶା): Share story: କେନ୍ଦୁଝର ମେଡିକାଲରେ ୧୮ ଦିନ ମଧ୍ୟରେ ୧୩ ଶିଶୁଙ୍କ ମୃତ୍ୟୁ ହେବା ଘଟଣାରେ । ଏହି ଘଟଣାରେ ବଳିପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବାର ସୂଚନା ମିଳିଛିl ସେହିପରି ତାଙ୍କ ସ୍ଥାନରେ ଡାକ୍ତର କିଶୋର କୁମାର ପୃଷ୍ଟିଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲେ। ସେ ଚିଠି ନମ୍ବର-୩୦୮୫ରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଥିଲେ , ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ଚିକିତ୍ସା କରୁଥିବା ଡାକ୍ତରଙ୍କର କୌଣସି ତ୍ରୁଟି ନାହିଁ। ପ୍ରାଣ ହରାଇଥିବା ଶିଶୁମାନଙ୍କର ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂଗିନ ଥିଲା ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଖବର ଓଡ଼ିଶା, Reporter, 22/09/2022