ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ପରୀ ମା' ଗଲେ ସୁପ୍ରିମକୋର୍ଟ
Khabar Odisha:The-apex-mother-went-to-the-Supreme-Court-to-express-her-dissatisfaction-with-the-SIT-investigation
ନୟାଗଡ଼,ଜାନୁଆରୀ ୧୩ ( ଖବର ଓଡ଼ିଶା):

ନାବାଳିକା ପରି କିଛି ମାସ ପୂର୍ବରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏନେଇ ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ପରୀର କିଛି ସନ୍ଧାନ ମିଳି ନଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବି ସନ୍ଧାନ ମିଳି ନଥିଲା । ପରୀ ନିଖୋଜ ହେବାର ୧୦ ଦିନ ପରେ ନିକଟସ୍ଥ ଏକ ପୋଖରୀ ନିକଟରୁ ପରୀର ମୃତ ଦେହ ଉଦ୍ଧାର ହୋଇଥିଲା ।

ଏହା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଶେଷରେ ରାଜ୍ୟ ସରକାର ଏହି ମାମଲାରେ ହତ୍ୟାକାରୀଙ୍କୁ ଧରିବାକୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଏସଆଇଟି ପରୀ ହତ୍ୟା ମାମଲାର ସରୋଜ ସେଠୀ ନାମକ ଜଣେ ନାବାଳକକୁ ଗିରଫ୍ କରିଥିବା ବେଳେ ପରୀର ପରିବାର ଲୋକେ ସରୋଜକୁ ହତ୍ୟାକାରୀ ଭାବେ ଗ୍ରହଣ କରିପାରୁ ନାହାନ୍ତି । ତେବେ ଏସଆଇଟି ତଦନ୍ତ ଉପରୁ ଆସ୍ଥା ହରାଇ ପରୀ ମା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସେ ଉଚ୍ଚନ୍ୟାୟଳରେ ଆବେଦନ କରି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

  • Tags:

Subscribe

National International State Sports Entertainment