ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ମାଲ ବୋଝେଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ୫ ପୋଲିସ କର୍ମଚାରୀ
Khabar Odisha:The-PCAs-vehicle-rear-ended-the-truck-injuring-5-policemen
ଭୁବନେଶ୍ବର, ଜୁନ୍ ୧୬(ଖବର ଓଡ଼ିଶା)

 ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ଏକ ମାଲ ବୋଝେଇ ଟ୍ରକ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜ୍ ଉପରେ । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ । 

ପିସିଆର ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ସେଠାରୁ ଟ୍ରକ୍ ପଳାଇଥିବା ବେଳେ ଅନ୍ୟ ଏକ ପିସିଆର ଟିମ୍ ପିଛା କରିଥିଲା । ପାହାଳ ନିକଟରୁ ଟ୍ରକକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି । ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।

  • Tags:

Subscribe

National International State Sports Entertainment