ରୋଡ ସେଫଟି ୱାଲର୍ଡ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କଲେ ସଚ୍ଚିନ
Khabar Odisha:Tendulkar-started-training-for-the-Road-Safety-World-Series
ରାୟପୁର, ଫେବୃଆରୀ ୨୩ (ଖବର ଓଡ଼ିଶା):

ଚଳିତ ବର୍ଷ ରୋଡ ସେଫଟି ୱାଲର୍ଡ ସିରିଜ ମାର୍ଚ୍ଚ ୨ ତାରିଖରୁ ରାୟପୁରରେ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଆର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ଆଦି ଦେଶର କ୍ରିକେଟର ଅଂଶ ଗ୍ରହଣ କରିବେ । ୨୦୨୦ ରେ ମହାମାରୀ କରୋନା ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଅଧାରୁ ବାତିଲ କରାଯାଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର । ୨୦୧୩ ମସିହାରୁ ଆର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ସଚ୍ଚିନ ନେଟସରେ ଏବେବି ଯେପରି ବ୍ୟାଟିଙ୍ଗ କରୁଛନ୍ତି ତାହା ଅନେକଙ୍କୁ ବିସ୍ମିତ କରୁଛି । ସଚ୍ଚିନ ତେନ୍ଦୁଲକର ଫ୍ୟାନ କ୍ଲବ ଦ୍ୱାରା ଟ୍ୱିଟରେ ଛଡା ଯାଇଥିବା ଏକ ଭିଡିଓରେ ସଚ୍ଚିନ ରୋଡ ସେଫଟି ୱାଲର୍ଡ ସିରିଜ ପାଇଁ ଅଭ୍ୟାସ କରୁଥିବାର ନଜର ଆସୁଛନ୍ତି । ଲୋକମାନଙ୍କ ମଧ୍ୟରେ ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଏହି ଟୁର୍ଣ୍ଣାମେଣ୍ଟର ଉଦେଶ୍ୟ ରହିଛି ।

  • Tags:

Subscribe

National International State Sports Entertainment