୨୦୧୧ ମସିହାରେ ଦିଲ୍ଲୀ ହାଇକୋର୍ଟ ବିସ୍ଫୋରଣରେ ସମ୍ପୃକ୍ତ ଥିଲା ଗତକାଲି ଦିଲ୍ଲୀରୁ ଗିରଫ ହୋଇଥିବା ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ
Khabar Odisha:Suspected-Pakistani-terrorist-arrested-in-Delhi-yesterday-in-connection-with-the-2011-Delhi-High-Court-blast

ନୁଆଦିଲ୍ଲୀ, ଅକ୍ଟୋବର ୧୩(ଖବର ଓଡିଶା): ଜାତୀୟ ରାଜଧାନୀରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦ୍ୱାରା ଗିରଫ ହୋଇଥିବା ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ ପ୍ରକାଶ କରିଛନ୍ତି ଯେ ସେ ୨୦୧୧ ମସିହାରେ ଦିଲ୍ଲୀ ହାଇକୋର୍ଟ ବିସ୍ଫୋରଣରେ ସମ୍ପୃକ୍ତ ଥିଲେ ଯେଉଁଥିରେ ପ୍ରାୟ ୧୧ ଜଣଙ୍କ ଜୀବନ ଯାଇଥିଲା। ସେ କହିଛନ୍ତି ଯେ ୨୦୧୧ ରେ ବିସ୍ଫୋରଣ ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ଭଲସେ ନିରକ୍ଷଣ କରିଛନ୍ତି ବୋଲି ସେ ଗ୍ରହଣ କରିଛନ୍ତି। ତେବେ ବିସ୍ଫୋରଣ ଘଟଣାରେ ତାଙ୍କର ସମ୍ପୃକ୍ତି ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ଦିଲ୍ଲୀରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ବ୍ୟତୀତ ଗିରଫ ପାକିସ୍ତାନୀ ନାଗରିକ, ମୋହଦ୍ ଆଶ୍ରାଫ୍ ଛଦ୍ମନାମ ଅଲି ବୋଲି ସେ ପ୍ରକାଶ କରିଛନ୍ତି ଯେ ସେ ଦେଶରେ ଜାମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ୨୦୦୯ ମସିହାରେ ଜମ୍ମୁର ବସ୍ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେ ସମ୍ପୃକ୍ତ ଥିବା ପଚରାଉଚରା ବେଳେ ଆଶ୍ରାଫ୍ ପ୍ରକାଶ କରିଥିଲେ।

ଭାରତର ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହା ପାକିସ୍ତାନର ଭୂମିକାର ଏକ ସ୍ପଷ୍ଟ ପ୍ରକାଶ ବୋଲି ସୂତ୍ରରୁ ପ୍ରକାଶ। ସନ୍ଦିଗ୍ଧ ଆତଙ୍କବାଦୀ ମୋହଦ୍ ଆଶରଫଙ୍କୁ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଲକ୍ଷ୍ମୀନଗର ଅଞ୍ଚଳରୁ ଗତକାଲି ରାତି ପ୍ରାୟ ୯ ଟା ସମୟରେ ଗିରଫ କରାଯାଇଥିଲା। ସୋମବାର ସ୍ପେଶାଲ୍ ସେଲ୍ ପୂର୍ବରୁ କହିଥିଲା ଯେ ୨୦୦୪ ରେ ଆଇଏସ୍ଆଇ ଏହି ଆତଙ୍କବାଦୀଙ୍କୁ ଅତି କମରେ ୬ ମାସ ତାଲିମ ଦେଇଥିଲା। ସେହି ବର୍ଷ ସେ ପଶ୍ଚିମବଙ୍ଗର ସିଲିଗୁରି ସୀମାରେ ବାଂଲାଦେଶ ଦେଇ ଭାରତରେ ପ୍ରବେଶ କରିବାରେ ସଫଳ ହୋଇଥିଲେ।

  • Tags:

Subscribe

National International State Sports Entertainment