ପଟିଆଲା: ସୁପ୍ରିମ୍କୋର୍ଟଙ୍କ କଠୋରତା ସତ୍ତ୍ୱେ ପଞ୍ଜାବରେ ନଡ଼ା ଜାଳିବା ଘଟଣା ଥମିବାର ନାଁ ନେଉନାହିଁ। ବୁଧବାର ରାଜ୍ୟରେ ନଡ଼ା ଜଳାଇବା ଘଟଣାରେ ୧୧୦ଟି ନୂଆ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୪୬୬ ଟି ମାମଲା ସାମ୍ନାକୁ ଆସିଛି । ଅକ୍ଟୋବର ୨୫ ତାରିଖ ସୁଦ୍ଧା ଦୈନିକ ଘଟଣା ୧୦୦ରୁ କମ୍ ଥିବା ବେଳେ ଗତ ୫ ଦିନ ହେଲା ନଡ଼ା ପୋଡ଼ିବା ମାମଲା ୧୦୦ ଉପରେ ଆସୁଛି।
ମଙ୍ଗଳବାର ରାଜ୍ୟରେ ଏହି ଋତୁରେ ସର୍ବାଧିକ ୨୧୯ଟି ନଡ଼ା ପୋଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଅପରପକ୍ଷରେ ଫସଲ ପୋଡ଼ିଥିବା ଚାଷୀଙ୍କ ବିରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି।
ବର୍ତ୍ତମାନ ସୁଦ୍ଧା ମୋଟ ୧୪୭୩ଟି ଏଫଆଇଆର ରୁଜୁ ହୋଇଛି । ୭୫୪ଟି ମାମଲାରେ ୨୦ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପୂର୍ବରୁ ୧୭ ଲକ୍ଷ ୪୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୭୫୧ ଜଣ ଚାଷୀଙ୍କ ଜମିର ରେଡ୍ ଏଣ୍ଟ୍ରି କରାଯାଇଛି।
ସୁପ୍ରିମକୋର୍ଟଙ୍କ କଠୋରତା ପରେ ପଞ୍ଜାବ ସରକାର ନଡ଼ା ପୋଡ଼ିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ବୁଧବାର ଗୁରୁଦାସପୁର ଡିସି ଉମା ଶଙ୍କର ଗୁପ୍ତା ଦୁଇ ଏସ୍ଏଚ୍ଓ ଗଗନଦୀପ ସିଂହ ଓ ସୁଖବିନ୍ଦର ସିଂହ, ଦୁଇ ନୋଡାଲ ଅଫିସର ଦଳଜିତ୍ ସିଂହ ଓ ଜସପାଲ ସିଂହ ଏବଂ ଜେଇ ସୁନୀଲ କୁମାରଙ୍କ ବିରୋଧରେ ନଡ଼ା ଜାଳିବା ରୋକିବାରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତଦନ୍ତ ପରେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ତିନି ନମ୍ବରଦାର ମୁଖତ୍ୟାର ସିଂହ, ଭଜନ ସିଂହ ଓ ବଳରାଜ ସିଂହଙ୍କୁ ମଧ୍ୟ ତୁରନ୍ତ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୪୭୩ଟି ଏଫଆଇଆର ରୁଜୁ ହୋଇଛି। ସେହିପରି ୭୫୪ଟି ମାମଲାରେ ୨୦ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏଥିରେ ୧୭.୪୭ ଲକ୍ଷ ଟଙ୍କା ଆଦାୟ ହୋଇସାରିଛି। ସେହିପରି ୭୫୧ ଜଣ ଚାଷୀଙ୍କ ଜମିର ରେଡ୍ ଏଣ୍ଟ୍ରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୪୬୬ ଟି ମାମଲା ସାମ୍ନାକୁ ଆସିଛି।
ଅଧିକ ପଢ଼ନ୍ତୁ: ମୋମୋ ଖାଇ ମହିଳାଙ୍କ ମୃତ୍ୟୁ